STORYMIRROR

Kabiratna Nutan Kumar Behera

Drama Action

4  

Kabiratna Nutan Kumar Behera

Drama Action

ଆହେ ଜଗନ୍ନାଥ ଦାରୁବ୍ରହ୍ମ

ଆହେ ଜଗନ୍ନାଥ ଦାରୁବ୍ରହ୍ମ

1 min
310

  

  ( ରାଗ -- ଶଙ୍କରାଭରଣ )


ଆହେ ମହାପ୍ରଭୁ ଜଗନ୍ନାଥ ଦାରୁବ୍ରହ୍ମ

ତୁମେ ହିଁ ତ ସତ୍ୟ ବିଶ୍ଵପିତା ପରଂବ୍ରହ୍ମ,

ତୁମ ଚରଣେ ପ୍ରଣାମ

କୃପାରେ ତୁମର ଚାଲେ କରମ ଧରମ।୧। 


ଚାରି ଯୁଗେ ପ୍ରଭୁ ନେଇ ଦଶ ଅବତାର

ମଧୁମୟ କରି ରଖିଛ ହେ ଏ ସଂସାର,

ତୁମ ମହିମା ଅପାର

ଜଗତର ହିତେ ତୁମେ କରୁଣା ସାଗର।୨।


ତିନି ଯୁଗ ବିତି ଆସିଛି ଯେ କଳି ଯୁଗ

ଏ ଯୁଗେ ଦାରୁବ୍ରହ୍ମ ହେଲ ହେ ମହାଭାଗ,

ଭ୍ରାତା ଭଗ୍ନୀ ଅନୁରାଗ

ହୃଦୟରେ ଧରି ତୁମେ କରୁଛ ଯେ ତ୍ୟାଗ।୩।


ବୁଝାଇ ଦେଉଛ ଜଗତ ଜନକୁ ସବୁ

ସଂସାରେ ସଂପର୍କଠାରୁ ବଡ଼ ନାହିଁ ଆଉ,

ପବିତ୍ର ବନ୍ଧନ ଥାଉ 

ବିତରି ପ୍ରେମ ପ୍ରୀତି ଜୀବନ ଧନ୍ୟ ହେଉ।୪।


ସ୍ଵାର୍ଥେ ହୋଇ ବଶ ଭୁଲିଯାଏ ଏ ମଣିଷ

ଭାଇ ଭଉଣୀକୁ କରେନା ତିଳେ ବିଶ୍ଵାସ,

ଭାବେନା ରକତ ଏକ

ଦିଏ ଆଘାତ ଆଖିରୁ ଝରଇ ଲୋତକ।୫।


ବୁଝେନା ମଣିଷ କିଛି କରୁଛି ଅନ୍ୟାୟ

ହିଂସା ଈର୍ଷାରେ ପାଷାଣ ହୁଏ ତା' ହୃଦୟ,

ପୁଣ୍ୟ ହେଉଅଛି କ୍ଷୟ

ଆମୟରେ ଦୁନିଆଁଟା ହୁଏ ବିଷମୟ।୬।


ଦଶ ଅବତାର ପରେ ନୀରବ କାହିଁକି

କଳିଯୁଗରେ ହୋଇଛ ପରା ତୁମେ କଳ୍କୀ ?

ନାଶିବ ରାକ୍ଷସ ପାପୀ

ଧରାଧାମେ ଶାନ୍ତି ମୈତ୍ରୀ ଥିବ ସଦା ବ୍ୟାପୀ।୭।


ଭକତ କରେ ଭକତି ଢାଳି ତା' ପ୍ରଣତି 

ଆରତଜନ ଆରତେ କରେ ଯେ ଆରତି,

ଶୁଣ ପ୍ରଭୁ ମହାଜ୍ୟୋତି

ଭବ ପାପ ତାପରୁ ରଖି ଦିଅ ଶକତି।୮।


ଚାରି ଯୁଗେ ପ୍ରଭୁ ନେଇ ଦଶ ଅବତାର 

ଦୁଷ୍ଟ ସଂହାରି ସନ୍ଥଙ୍କୁ କରିଛ ହେ ଉଦ୍ଧାର,

କଳିରେ ବି ସୁଧାର

ଶରଣେ ତୁମର ଭକ୍ତି ରହୁ ନିରନ୍ତର।୯।


ଦାରୁବ୍ରହ୍ମ ରୂପେ ଘୁଞ୍ଚାଅ ଦାରୁଣ ଦୁଃଖ

ତୁମେ ଯେ ପ୍ରଭୁ ପରଂବ୍ରହ୍ମ କଳାଶ୍ରୀମୁଖ,

ଚକାଆଖି ମେଲି ଦେଖ

ଦୟା କରି ବାରେ ସଭିଙ୍କୁ ମଙ୍ଗଳେ ରଖ।୧୦। 

    

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama