STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଲକ୍ଷ୍ମୀ ନାରାୟଣ ବେଶ

ଲକ୍ଷ୍ମୀ ନାରାୟଣ ବେଶ

1 min
463


ଜୟ ଜୟ ନାରାୟଣ 

         ଜୟ ଜୟ ମାତା ଲକ୍ଷ୍ମୀ,

ଏକ ଅଙ୍ଗେ ବହୁ ରଙ୍ଗେ 

         ବେଶ ହୁଅ ଅନ୍ତର୍ଯ୍ୟାମୀ।

ଶ୍ରୀପଦ ଯୁଗଳେ ତୁମ 

          ନତ ଶିରେ ମୁଁ ପ୍ରଣମି,

କିଞ୍ଚିତ ଜ୍ଞାନ ମାଗୁଣି 

         କରୁଛି ଦିଅ ହେ ସ୍ବାମୀ।

ରୂପରେ ବେଶରେ ତୁମେ 

           ଅନନ୍ତ ହେ ପରଂବ୍ରହ୍ମ,

ନିରାକାରରୁ ଆକାର

          ସୃଷ୍ଟିରେ ତୁମେ ପରମ।

କେତେ ବେଶେ ମନ ମୋହ

         ଭାବର ଲଗାଇ ଡୋରି,

ଜ୍ଞାନଶକ୍ତି କାହିଁ ମୋର

          ପାରିବି ବର୍ଣ୍ଣନା କରି ?

ଦୟାରୁ ତୁମର ପ୍ରଭୁ

          ଲେଖୁଛି ମୁଁ ଦୁଇ ଧାଡି଼,

ମନ ଊଣା କରିବନି

         ଭୁଲି କିଛି ଗଲେ ଛାଡି଼।

ବେଶରେ ଅଶେଷ ତୁମେ

         ଆହେ ବ୍ରହ୍ମାଣ୍ଡର ସାଇଁ,

ତେଜେ ତେଜିୟାନ ହୋଇ

          ଜଗତେ ରହିଛ ଉଇଁ।

ଅନୁପମ ସୌନ୍ଦର୍ଯ୍ୟ ଯେ

          ତୁମର ପ୍ରତିଟି ବେଶ,

ଅପଲକେ ଦେଖୁଥିଲେ

       ହୁଏନା ତ କେବେ ଶେଷ।

କାର୍ତ୍ତିକର ଏକାଦଶୀ

           ଶୁକ୍ଳର ପଞ୍ଚୁକ ଦିନ,

ଲକ୍ଷ୍ମୀ ନାରାୟଣ ବେଶ

         ହୁଅ ତୁମେ ଜନାର୍ଦ୍ଦନ।

ଶ୍ରୀଭୁଜେ ପୟରେ ସ୍ବର୍ଣ୍ଣ

         ଲାଗି ଧର ଶଙ୍ଖ ଚକ୍ର,

ମସ୍ତକେ କିରୀଟ କିଆ

          ହଳ ମୁଷଳର ବକ୍ର।

ମସ୍ତକରେ କିଆ ଠିଆ

        ହେବାରୁ ଏ ଠିଆ କିଆ,

ବେଶ ନାମେ ପୁଣି ଜଣା  

      ଧନ୍ୟ ହେ ତୁମେ କାଳିଆ। 

ତୁମ ସ୍ନାନ ନୀତି ପରେ

         ବାଳଧୂପ ଯାଏ ରୁହେ,

ଶ୍ରଦ୍ଧାଳୁ ଭକତ ସବୁ

       ଦେଖନ୍ତି ମହା ଆଗ୍ରହେ।

ଜୟ ଜୟ ଲକ୍ଷ୍ମୀପତି

         ଅଗତିର ତୁମେ ଗତି

ଦେଖି ତୁମ ନା ନା ବେଶ 

        ମିଳୁ ହେ ଭବୁ ମୁକତି।

ଯୁଗ ଯୁଗ ତୁମ ପାଶେ

       ଧ୍ୟାନ ମୋର ରହି ଥାଉ,

ସୁଖରେ ଦୁଃଖରେ ଥିବ

        ମାଗୁ ନାହିଁ କିଛି ଆଉ।

   

  

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract