ଉତ୍କଳଭୂମି
ଉତ୍କଳଭୂମି
ସୁରମ୍ୟା ଆମର ଉତ୍କଳଭୂମି
କାଳିଆ ଠାକୁର ସାଜି ସିନ୍ଥି ମଣି
କୋଟି ଓଡ଼ିଆଙ୍କ ମଉଡ଼ମଣି
ଗରବେ ବୋଇତ ବନ୍ଧାଏ ସାଧବାଣୀ ।
ଆମ ଓଡ଼ିଆ ଜାତି ଅମୃତ ସମାନ
ମାଟିକୁ କପାଳେ କରି ବିଜୟ ତିଲକ
ଓଡ଼ିଆ ଜାତିର ପୁଅ ପାଇକ
ମାତୃଭୂମି ପାଇଁ ଦେଲେ ଜୀବନ ।
ଖୋର୍ଦ୍ଦାଗଡରେ ମୁକ୍ତି ମିଶାଲ ର ଶିଖା
ବରୁଣେଇ ପର୍ବତେ ଖୋଦିତ ରେଖା
ବାରବାଟୀର ଅତୀତ
ବଖାଣୁଛି ଆଜି ବିରତ୍ୱ ।
ସପ୍ତ ଆଶ୍ଚର୍ଯ୍ୟ ରେ କୋଣାର୍କ
ରୂପସୀ ନିଳାମ୍ବୁ ଚିଲିକା
ଉଚ୍ଚତମ ଗିରିଶୃଙ୍ଗ ଦେଓମାଳି
ଅପୂର୍ବ ଶୋଭା ବୈଭବ ଉତ୍କଳଭୂମି ।
ମହାନଦୀ ଯାର ବକ୍ଷରେ ବହେ
ଚଣ୍ଡାଶୋକ ଧର୍ମାଶୋକ ର କଥା କୁହେ
ବାରମାସରେ ତେର ପରବ
ଯାନିଯାତରାର ଉତ୍ସବ ।
ଅଭୁଲା ଅଟେ ମହାପୁରୁଷଙ୍କ କୀର୍ତ୍ତି
ଗର୍ବିତ ଏ ଓଡ଼ିଆ ଜାତି
ଗର୍ବେ କହିବୁଲୁ ଆମେ ଓଡ଼ିଆ
ଆମର ଭାଷା ବଢିଆ ।
