STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଆହେ ଦାରୁବ୍ରହ୍ମ ପ୍ରଭୁ ପରମ

ଆହେ ଦାରୁବ୍ରହ୍ମ ପ୍ରଭୁ ପରମ

1 min
306


ଆହେ ଦାରୁବ୍ରହ୍ମ ପ୍ରଭୁ ପରମ

ତୁମ ଶ୍ରୀଚରଣେ କରେ ପ୍ରଣାମ,

ତୁମେ ଯେ ସୃଷ୍ଟିରେ ମହା ମହିମ

ତୁମ ଆଜ୍ଞା ପାଳି କରେ କରମ ସେ,

ବିଶ୍ଵାସ ଭରସା ରଖି ଯେ

ତୁମେ ସତାତନ ତୁମେ ଚିରନ୍ତନ

ଯୁଗେ ଯୁଗେ ତୁମେ ସାକ୍ଷୀ ଯେ।


ସୃଜିଛ ସୁନ୍ଦର ଏ ଧରାଧାମ

ଜୀବ ଜଗତକୁ ଦେଇ ଜନମ,

କୀଟ ପତଙ୍ଗ ସ୍ଥାବର ଜଙ୍ଗମ

ତା' ଜୀବନ ପାଇଁ କରେ ସଂଗ୍ରାମ ସେ,

କରେ କର୍ମ ପାଳେ ଧର୍ମ ଯେ,

ଅନାଥର ନାଥ ତୁମେ ଜଗନ୍ନାଥ

ଆଶୀର୍ବାଦ ଦିଅ ତୁମେ ଅସୀମ ଯେ।


ଚାରି ଯୁଗରେ ଦଶ ଅବତାର

ନେଇ ପ୍ରଭୁ ରଖିଛ ଏ ସଂସାର,

ତୁମେ ଦୟାମୟ କରୁଣାକର

ତୁମ କୃପା ପାଏ ଭକ୍ତ ଅପାର ସେ,

କରେ ପୂର୍ଣ୍ଣ ସମର୍ପଣ ଯେ

ଭାବକୁ ନିକଟ ଅଭାବେ ସଂକଟ

ସବୁର ତୁମେ ପ୍ରମାଣ ଯେ।


ଅନ୍ଧାର ନାଶି ଆଲୋକ ପ୍ରକାଶି

ଜଗତେ ରଖ ତୁମେ ହସ ଖୁସି,

ତୁମ ସୁଧା ଦାନ ପଡ଼େ ବରଷି

ପାଏ ଯିଏ ତରେ ଆତ୍ମ ବିକାଶି ସେ,

ରହେ ସତ୍ୟାଶ୍ରୟୀ ହୋଇ ଯେ

ସୁଖେ କରି ବାସ ହୁଅଇ ସନ୍ତୋଷ

ପରମ ଧାର୍ମିକ ସେଇ ଯେ।


ଦାରୁବ୍ରହ୍ମ ରୂପେ ତୁମେ ଅନନ୍ତ

ଚେତନା ରଖ ଜଗତେ ଜୀବନ୍ତ,

ତୁମେ ମହାଜ୍ୟୋତି ଶାସ୍ତ୍ର ସିଦ୍ଧାନ୍ତ

ଜୀବ ଭକ୍ତି ପରେ ପାରୁ ପର୍ଯ୍ୟନ୍ତ ସେ,

ପବିତ୍ର ମନ ପ୍ରାଣରେ ଯେ

ଜୀବନର ଯଜ୍ଞ କରି ହୁଏ ପ୍ରଜ୍ଞ

ଯଶ ରଖଇ ମହୀରେ ଯେ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract