STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଶଙ୍ଖକ୍ଷେତ୍ର ଅଧୀଶ୍ଵର

ଶଙ୍ଖକ୍ଷେତ୍ର ଅଧୀଶ୍ଵର

1 min
366


       ( ରାଗ -- ଚୋଖି )


ଶଙ୍ଖକ୍ଷେତ୍ର ଅଧୀଶ୍ଵର   ଜଗତେ ବଡ଼ଠାକୁର

   ଯୁଗେ ଯୁଗେ ରହିଛନ୍ତି ପ୍ରାଣୀଙ୍କ ହିତେ,

ସେ ଦୀନବନ୍ଧୁ ଦୈତ୍ୟାରୀ  ଦୁଃଖ ବିନାଶକାରୀ 

   ଦୀନହୀନ ଅକିଞ୍ଚନ ଡାକେ ଆରତେ,

        ରଖନ୍ତି ବିପଦେ ଉଦ୍ଧରି

   ଆର୍ତ୍ତତ୍ରାଣ ରକ୍ଷାକାରୀ ପ୍ରଭୁ ଶ୍ରୀହରି।୧।

ଶଙ୍ଖ ଚକ୍ର ଗଦା ପଦ୍ମ    ଆୟୁଧେ ମହାମହିମ

    ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ସେ ଜଗନ୍ନାଥ,

ଦଶ ଅବତାର ନେଇ    ଦୁଷ୍ଟଙ୍କୁ ବିନାଶ କରି 

     ସର୍ବଦା ଦେଖାଇଥାନ୍ତି ସତ୍ୟର ପଥ,

         ଅପାର ମହିମା ତାଙ୍କର

   ତାଙ୍କ କରୁଣାର ବଳେ ଚାଲେ ସଂସାର।୨।

ଜନ କଲ୍ୟାଣ ନିମିତ୍ତ   ବ୍ରହ୍ମାଙ୍କ ମୁଖୁ ନିଃସୃତ  

   ଚାରି ବେଦ ଥିଲା ଜ୍ଞାନ ମାର୍ଗେ ଅନନ୍ୟ,

ତନ୍ତ୍ରବଳେ ଶଙ୍ଖାସୁର   କରି ବହୁ ଅତ୍ୟାଚାର

   ଚୋରି କଲା ଚାରି ବେଦ ହୋଇ ନଗଣ୍ୟ।

        ସ୍ଥାଣୁ ପାଲଟିଲା ଜଗତ 

  ହୋମ ଯଜ୍ଞ କାର୍ଯ୍ୟେ ବାଧା ହେଲା ବହୁତ।୩। 

ଦେବଗଣ ଋଷି ମୁନି   ବିପଦ ଆଶଙ୍କା ଜାଣି  

    ଶ୍ରୀବିଷ୍ଣୁଙ୍କ ପାଶେ ଯାଇ କଲେ ମିନତି,

ଦୟାମୟ ଦୟା କରି   ମତ୍ସରୂପ ସ୍ଵୟଂ ଧରି

    ଚାରି ବେଦ ଉଦ୍ଧାରିଲେ ରଖି ସଂହତି,

        ଶଙ୍ଖାସୁର କରି ନିଧନ 

   ସଂସାରରେ ପୁଣି ଧର୍ମ କଲେ ସ୍ଥାପନ।୪।

ଶଙ୍ଖକ୍ଷେତ୍ର ନାମେ ଖ୍ୟାତ ନୀଳଗିରି ଯେ ବିଦିତ

    ଅତ୍ୟନ୍ତ ପବିତ୍ର କ୍ଷେତ୍ର ମହୀମଣ୍ଡଳେ,

ଦାରୁବ୍ରହ୍ମ ରୂପ ଧରି   ରହିଲେ ପ୍ରଭୁ ଶ୍ରୀହରି

       ଶଙ୍ଖକ୍ଷେତ୍ରେ ସେ ଅଧୀଶ୍ଵର ,

    ଶ୍ରୀମନ୍ଦିରେ ରହିଛନ୍ତି ପାଳି ସଂସାର।୫। 

ଏ ଶଙ୍ଖନାଭି ମଣ୍ଡଳ   ବିଷ୍ଣୁଙ୍କ ଆସ୍ଥାନ ସ୍ଥଳ

     ଭାବରେ ହୋଇଛି ଭବେ ପରିଗଣିତ,

ପୁଣ୍ୟପୀଠ କଳ୍ପବଟ   ଘୁଞ୍ଚାଏ ବିଘ୍ନ ସଂକଟ 

    ସାହା ହୁଏ ସର୍ବକାଳେ ଥିଲେ ଜାଗ୍ରତ,

       ଭକତି ବଳରେ ଭକତ

   ଜପ ତପ କରି ଲଭେ ତାଙ୍କ ସାକ୍ଷାତ।୬।

ମହାପ୍ରଭୁ ପରମାତ୍ମା   ସକଳ ଜୀବର ଆତ୍ମା 

   ମନେ ପ୍ରାଣେ ଦେଇଥାନ୍ତି ପରମ ଶାନ୍ତି,

ଜୀବନର ପୁଣ୍ୟ କର୍ମ   ସତ୍ୟ ଆଚରିବା ଧର୍ମ

    ପାଳି ଏ ମାନବ ପାଏ ଦିବ୍ୟ ଶକତି,

      ମନେ ତାଙ୍କୁ ଧ୍ୟାୟୀ ନିଷ୍କାମେ 

    ଆନନ୍ଦରେ ରହିଥାଏ ଏ ଧରାଧାମେ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract