STORYMIRROR

Sanuja Meghamala

Drama Tragedy

4  

Sanuja Meghamala

Drama Tragedy

ଶୂନ୍ୟତା

ଶୂନ୍ୟତା

1 min
373

ଏଠି ନୁହେଁ କିଛି ଆପଣାର

ନିଜର ବକ୍ତବ୍ୟ ଅନୁଭୂତି

ମାନ ଅଭିମାନ ପ୍ରେମ ପ୍ରଣୟ

ସ୍ମୃତି ବିସ୍ମୃତି ଭାବ ଭାବନା

ଅବା ପରିଚୟ ।


ସମ୍ବିତ ଫେରିଲେ ଲାଗେ

ସବୁ ସର୍କସର ଅଭିନୟ

ଜୀବନ ଚଳଚ୍ଚିତ୍ରର କାହାଣୀ

ସଭିଏଁ ଦକ୍ଷ କଳା କାର ଓ

ସଫଳ ନିର୍ଦ୍ଦେଶକ ।


ଉଦାସିଆ ଆକାଶର ପୃଥିବୀଟା

ଭସା ମେଘର କଳା ଚାଦରକୁ ଢାଙ୍କି

ଅପେକ୍ଷା କରିଛି ଦିଗ୍ ବଳୟ ପ୍ରାନ୍ତେ

ଆବର୍ତ୍ତ ମାନ ଝଡ଼କୁ ।


ଶୂନ୍ୟ,ନୀରବ ଶାନ୍ତ କୋମଳ ପୃଥିବୀ

ପ୍ରଳୟଙ୍କରୀ ଝଡ଼ର ବିଭୀଷିକାରେ

ହେବ ଧ୍ଵଂସ , କ୍ଷତ ବିକ୍ଷତ ବିବର୍ଣ୍ଣ 

ସମୁଦ୍ର ବକ୍ଷରେ ଉଠିବ ଭୟଙ୍କର ଜୁଆର ।


ଜୀବନର ରଙ୍ଗମଞ୍ଚରେ କଳାକାର ସାଜି

ଅଭିନୟ କରି ଅଣ ନିଶ୍ୱାସୀ ଲାଗେ

ମନ ତଳେ ଭିଡ଼ ଜମେ

ଚିନ୍ତାର ଲୋଟଣି ପାରାଙ୍କର

ନୀରବତା କୁ ଭାଙ୍ଗି ଦେଇ

ମଝିରେ ମଝିରେ ଶୁଣାଯାଏ

ପତ୍ରଟେ ଖସ ଖସ ହୋଇ ପଡ଼ିଯିବା ଶବ୍ଦ

ଶୂନ୍ୟତା ଭିତରେ ଖୋଜିଲେ ମିଳେ

ଦୀର୍ଘଶ୍ୱାସ ଏକ ଅପରିକଳ୍ପିତ ଆତ୍ମାର

ଘରର ଅଗଣା ବି ଖାଲି ଖାଲି ଲାଗେ ।


ଚାରିକାନ୍ଥ ଆବଦ୍ଧ ଭିତରେ ବନ୍ଦୀ ଥାଇ

କୋଣ ଅନୁକୋଣରେଆଖି ବୁଲେଇଲେ ମିଳେ

ଜମିଥିବା ଅଳନ୍ଦୁ ମାନଙ୍କର ଭିତରେ

ଜାଲ ବୁଣି ଲଟକି ପଡ଼ିଥିବା

ବୁଢିଆଣୀ ମାନଙ୍କର ସଂଘର୍ଷ

ଓ ବିକଳ ଚିତ୍କାର ଟିକିଏ ମୁକ୍ତି ପାଇବା ପାଇଁ 

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama