Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Drama Tragedy

4  

Bijay Prusty

Drama Tragedy

ଭଲପାଏ ବୋଲି ସଖୀ

ଭଲପାଏ ବୋଲି ସଖୀ

1 min
415



ଭଲପାଏ ବୋଲି ତୁମ ଆକାଶରେ

ଜହ୍ନ ହୋଇ ଗଲି ଉଇଁ

ଅତି ସରାଗରେ ଜୋଛନା ଢାଳିଲି

ଭିଜାଇ ପାରିଲି ନାହିଁ I


ତୁମେ କହିଦେଲ ଏମିତି ଜହ୍ନ ମୁଁ

ଶୀତଳତା ଟିକେ ନାହିଁ

ତୁମ ଆଖିତଳ ସୁନେଲି ସପନ

ପାରିନାହିଁ ମୋତେ ଛୁଇଁ I


ଜାଣି ପାରୁନାହିଁ କେଉଁ ସ୍ୱରେ ଆଜି

ଗାଇବି ଦିପଦ ଗୀତ

ଯାହା ଶୁଣିଦେଲେ ହସିଦେବ ତୁମେ

ମନ ହୋଇଯିବ ତୃପ୍ତ I


ରାତିକୁ ମାଗିଛି ଅନ୍ଧାର ଦିଘଡି

ଲୁଚାଇବାକୁ ମୋ ଦେହ

ତୁମ ଆକାଶରୁ ହଜିଗଲେ ତୁମେ

ଖୁସି ହେବ ଯଦି କୁହ I


ମାଗୁଛି ତୁମକୁ ଫଗୁଣର ରଙ୍ଗ

ମଳୟର ମୃଦୁ ଛୁଆଁ

ନଦେବ ଯଦିଗୋ ଛାତିତଳେ ମୋର

ଯେତେପାର ଜାଳ ନିଆଁ I


ଏମିତି ଯନ୍ତ୍ରଣା ଦିଅ ମୋତେ ସଖୀ

ହଜୁ ମୋ ଜୋଛନା ସୁଅ

ତାପରେ ଦେଖିବ ଝରି ଝରି ଯିବି

ହୋଇ ତୁମ ଆଖି ଲୁହ I

       


Rate this content
Log in