STORYMIRROR

Kadambari Mohakhud

Abstract Drama Tragedy

3  

Kadambari Mohakhud

Abstract Drama Tragedy

ପ୍ରତାରଣା ଏକ ମରୁଭୂମି

ପ୍ରତାରଣା ଏକ ମରୁଭୂମି

1 min
242


 

ମନ ଏକ ମରୁଭୂମି

ଶୁଖିଲା ସହର

 ପ୍ରେମର ବୁନ୍ଦାଏ ପାଣି

ଅପେକ୍ଷା ହୃଦୟର ......

ମନ ଏକ ମରୁଭୂମି ଶୁଖିଲା ସହର ||


ମନ ମରୁଭୂମି

ତତଲା ବାଲିରେ ,

ପାଦ ଫୁଟେ

 ରକ୍ତ ଗୋଲାପରେ ,

ମରୀଚିକା ସାଜେ

 ସ୍ମୃତିର ଅତୀତ ,

ମରୁଭୂମି ପ୍ରେମ

ରାସ୍ତା ଅମାପ......


ଏକା ଏକା ଜୀବନଟା

 ମରୀଚିକା ପରି ,

ପ୍ରେମ ବର୍ଷାରେ ଭିଜେ ନାହିଁ

ନିଶ୍ଚଳ ବାଦଲଟା

କରେ ଡେରି......


ପ୍ରତିଶୋଧର ତତଲା ବାଲିରେ

ଅବା ଛାଡ଼ିଗଲ ଧୋକାରେ

ମନ ମରୁଭୂମି ଏତେ

ଶୀତଳ ତ ନୁହଁ

ଲିଭିଯିବ କିବା ସିଗାରେଟ ଧୁଆଁରେ ......


ଅଳ୍ପ ସ୍ମିତହାସ୍ୟର

ସେ ପ୍ରଥମ ଦେଖାରେ

ପ୍ରେମ ପ୍ରସ୍ଫୁଟିତ ଥିଲା

ମନ ତପ୍ତ ବାଲିରେ

ତପ୍ତଫେଣି ସିଜୁବୁଦା

 ବୁଣି ଚାଲିଗଲ

 ଶୀତଳ ମନକୁ

 ବୟସର ମରୁଭୂମିରେ........


କ୍ଷତାକ୍ତ ମନକୁ ଛାଡି ଚାଲିଗଲ

ବୟସର ମରୁବାଲିରେ

ଏ ମରୀଚିକା ମରୁଭୂମି ସହରରେ

ଏ ମରୀଚିକା ମରୁଭୂମି ସହରରେ .......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract