କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା


ନାରଦ ପାଦେ କରି ପୂଜା,
ପୁଣି ପୁଛନ୍ତି ପୃତି ରାଜା ।
ଭୋ ମୁନିବର ପୁଣ୍ୟ ଦେହା ,
କହିଲେ ପଚାରିଲି ଯାହା ।
ତୁଳସୀ ଆଦି ଜନ୍ମ ବାଣୀ,
ଆତ୍ମା ପବିତ୍ର ହେଲା ଶୁଣି ।
ତେଣୁ ତୁଳସୀ ମୂଳେ ସିଦ୍ଧି,
କାର୍ତ୍ତିକ ଉଦ୍ୟାପନ ବିଧି ।
ସେ ମହାତପେ ବ୍ରତ ଫଳ,
ଏବେ କହିବା ତପୀଶିଳ ।
ପୂର୍ବେ କେ ଉଦ୍ୟପାନ କରି,
ଭବ ସାଗର ଗଲେ ତରି।
ସେ କଥା କହ ଦୃଷ୍ଟନ୍ତାରେ,
ଅଖିଳ ଜନ ଉପକାର ।
ନାରଦ ନୃପତି ବଚନେ,
ବୋଲନ୍ତି ଶୁଣ ସାବଧାନେ ।
କାର୍ତ୍ତିକ ଉଦ୍ୟପନ ଧର୍ମ,
ଶୁଣ ନ୍ତେ ଶୁଭ ସବୁ କର୍ମ ।
ସେ କଥା କହିବା ପ୍ରସ୍ତାବେ,।
ଯେ ଧର୍ମ ଇତିହାସ ପୂର୍ବେ ।