ଅସ୍ତ ସୂର୍ଯ୍ୟ
ଅସ୍ତ ସୂର୍ଯ୍ୟ
ଦୂର ଦିଗନ୍ତରେ ରକ୍ତାକ୍ତ ଅସ୍ତସୂର୍ଯ୍ୟ
ଲୁଚିଯାଏ ସେ ଆକାଶ ର ଗଭୀରତାରେ,
ଶୀତଳ ରଶ୍ମି ସାଙ୍ଗକୁ କିଛି ଅନ୍ତିମ ସୃତି
ହଜିଯାଏ ଅନ୍ଧକାର ଛାଇରେ ।
ପୁଣି ଅପେକ୍ଷାରେ ଏ ମଣିଷ
ଏକ ନୂତନ ଆଶା ର କିରଣକୁ
ଅତିକ୍ରମ କରିବାପାଇଁ ସେ ଅନ୍ଧକାରର
ନିସ୍ତବ୍ଧ ସମୟ ସୀମାକୁ ।
ଆଲିଙ୍ଗନ କରିବାକୁ ସେ
ନୂତନ ଆଲୋକ କୁ....
ଯାହା ଅପେକ୍ଷାରେ ଥାଏ ଏକ
ନୂତନ ସୂର୍ଯ୍ୟର ନୂତନ ଦିଗନ୍ତକୁ ।
ସମୟର ଚକ୍ରବ୍ୟୁହ ରେ ଏ ଅସ୍ତସୂର୍ୟ୍ଯ ବି
ନିଜକୁ ହଜେଇଦିଏ ଭସା ବାଦଲ ରେ
ରକ୍ତିମ ଆକାଶ ବି ହଜିଯାଏ
ଘନ କାର ଅନ୍ଧାରରେ ।