STORYMIRROR

SACHALA GURU

Drama

3  

SACHALA GURU

Drama

ଦାନ ମାଝୀ

ଦାନ ମାଝୀ

1 min
187

କଳାହାଣ୍ଡି ଜିଲ୍ଲା ପଲ୍ଲୀ ଗ୍ରାମେ ଥିଲା 

   ଦାନ ମାଝୀ ଭାଇ ଘର 

ପାହାଡ଼ ପର୍ବତ   ଘଞ୍ଚ ଅରଣ୍ୟାନି 

     ରାସ୍ତାଘାଟ ନାହିଁ ତାର 

ପତି ପତ୍ନୀ ଦୁହେଁ ଦୁଃଖ ରେ ସୁଖରେ 

     କରନ୍ତି କାଳ ଜାପାନ 

ଶରୀର ଥିଲେ ତ ରୋଗ ଗ୍ରାସ କରେ 

     ଘଟିଲା ତାହା ଜୀବନେ 

ମାରାତ୍ମକ ରୋଗ ଯକ୍ଷ୍ମା ର ପ୍ରଭାବ 

     ଶରୀରକୁ କରେ କ୍ଷିଣ 

ଅଭାବେ ସ୍ଵଭାଵ ଦୂରୀଭୂତ କରେ 

     ଅମାନିଆ ଦୁଃଖ ଜାଣ 

 ପ୍ରତିବେଶୀ ଠାରୁ ସାହାଯ୍ୟ ପାଇଁ ସେ 

     ଘୁରିବୁଲେ ବାର ଦ୍ୱାର 

 ନିରାଶର ଆଶା ଦେଖାଇ ପ୍ରତ୍ୟାଶା 

    ଗଲାଯେ ଡାକ୍ତର ଘର 

 ଆଲୋକର ଆଶା ଥିଲା ତା ଭରସା 

      ଚିକିତ୍ସାଲୟକୁ ଯାଇ 

 ସଂକ୍ରାମକ ରୋଗ ଯକ୍ଷ୍ମlର ପ୍ରକୋପ 

    ଗଳlତା ଜୀବନ ନେଇ 

ଅର୍ଥ ର ଅଭାବ ଯାନ୍ତ୍ରିକ ଯୁଯୋଗ 

    ସେଥୁରୁ ହେଲି ବଞ୍ଚିତ 

 ପତ୍ନୀର ସବକୁ କାନ୍ଧରେ ବୁହାଇ 

   ଘରକୁ ଫେରିଣ ସେତ 

 ପଲ୍ଲୀରୁ ନଗରୀ ଦୂରତାରେ ପୁରି 

     ଚାଲିଚାଲି କଷ୍ଟେ ମଷ୍ଟେ 

ସ୍ମଶାନ ଭୂମିରେ ଶବଦାହ କରି 

     ଭାଗ୍ୟ ହେଲା ଛଟ ପଟ 

   ବିଭିନ୍ନ ପତ୍ରୀକେ ପ୍ରକାଶ ପାଇଲା 

      ତାହାର ଦାରୁନ କଥା 

  ଲୋକ ଲୋଚନକୁ ଆସିବାରୁ ତାହା 

      ସମାଜରେ ହେଲା ପ୍ରତିଷ୍ଠା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Drama