STORYMIRROR

Kabiratna Nutan Kumar Behera

Drama Classics Inspirational

4  

Kabiratna Nutan Kumar Behera

Drama Classics Inspirational

ରାଧା ନାମେ ବାଜେ ବଂଶୀ

ରାଧା ନାମେ ବାଜେ ବଂଶୀ

1 min
329

ରାଧା ନାମେ ବାଜେ ବଂଶୀ

ବଜାଏ ସେ କାହ୍ନା

ମଦନମୋହନ ବେଣୁପାଣି,

ଛନ୍ଦ ତାଳେ ଧ୍ୟାନେ ବସି

ମଧୁର ମୂର୍ଚ୍ଛନା

ତୋଳେ ଶ୍ରୀରାଧାର ମନ ଜାଣି।


ରାଧାକୃଷ୍ଣ କୃଷ୍ଣରାଧା

ଯୁଗଳ ମୂରତି

ଦୁଇ ଅଙ୍ଗେ ଏକ ମନ ପ୍ରାଣ,

ବରଷି ପଡେ ତା' ସୁଧା

ଅମର ସେ ପ୍ରୀତି

ନିତ୍ୟ ରାସଲୀଳାର ପାର୍ବଣ।


ସଂସାର ଯମୁନା ଘାଟ

ଶରୀର କଦମ୍ଵ

ପ୍ରେମୀଙ୍କର ଏ ମିଳନ ସ୍ଥଳ,

ଜୀବ ଜୀବନର ବାଟ

ହୃଦେ ତାର ଭାବ

ଇନ୍ଦ୍ରିୟ ସମୂହ ଗୋପୀକୁଳ।


ଜୀବ ପରମର ଲୀଳା  

ମନ ବୃନ୍ଦାବନ 

ପ୍ରଶ୍ବାସ 'ଓଁ'କାର ବଂଶୀ ସ୍ଵନ,

ପ୍ରେମୀ ପ୍ରେମରେ ବାଉଳା

ପ୍ରଣବ ସ୍ପନ୍ଦନ

ଶବ୍ଦ ବ୍ରହ୍ମର ସେ ସମ୍ମୋହନ।


ସୁନ୍ଦର ସୃଷ୍ଟିର ସାର

ପୁରୁଷ ପ୍ରକୃତି

ପାର୍ଥିବ ସଂସାରର ଦର୍ଶନ,

ଅତୁଟ ଭାବର ଡୋର

ବାନ୍ଧିଛି ନିୟତି

ଆତ୍ମା ପରମାତ୍ମାର ବନ୍ଧନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama