Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିରତ୍ନ ନୂତନ କୁମାର ବେହେରା

Drama Classics Inspirational

4  

କବିରତ୍ନ ନୂତନ କୁମାର ବେହେରା

Drama Classics Inspirational

କାହିଁକି କରିବି ଦୁଃଖ

କାହିଁକି କରିବି ଦୁଃଖ

1 min
236


କାହିଁକି କରିବି ଦୁଃଖ ହେ ଠାକୁର

କାହିଁକି କରିବି ଦୁଃଖ

କରମକୁ ଘେନି ଦିଅ ତୁମେ ବର 

ଭାଗ୍ୟ ମୋର ସବୁ ଲେଖ

କାହିଁକି କରିବି ଦୁଃଖ ।


ଭରସା ବିଶ୍ବାସ ତୁମଠାରେ ମୋର

ଶୁଭ ଦୃଷ୍ଟି ଦେଇ ଦେଖ

ଧରିଛ ତୁମେ ତ ଜୀବନର ଡୋର

କରେ ଯା' ନଜର ରଖ ।


କାମ ଦେଖି ତୁମେ ଦିଅ ତ ପାଉଣା

କର ନାହିଁ କେବେ ଊଣା

ମୋ କଥା ତୁମକୁ ଅଛି କି ଅଜଣା

ହେବି କାହିଁ ବାଟବଣା ।


ତୁମେ ମୋର ଲକ୍ଷ୍ୟ ତୁମେ ହିଁ ଠିକଣା

ମନେ ଦେଉଛ ପ୍ରେରଣା

ଦୟାରେ ତୁମର ହେଉଛି ଭରଣା

ସବୁ ତ ତୁମ କରୁଣା ।


ଯେମିତି କାମକୁ ସେମିତି ମଜୁରୀ

ଦିଅ ତୁମେ ଯେ ବିଚାରି

ତୁମେ ନ୍ୟାୟ ନୀତି ଧର୍ମ ଦଣ୍ଡ ଧରି

ଜୀବେ ରଖ ଦୟା କରି ।


ଫଳ ପାଏ ଯାହା କର୍ମକୁ ଆଦରି

ଦୁଃଖ ହେଉ ଅବା ସୁଖ

ସହି ଯାଏ ତୁମକୁ ସ୍ମରଣ କରି

କାହିଁକି କରିବି ଦୁଃଖ ।


ତୁମେ ଜଗତର ନାଥ ଜଗନ୍ନାଥ

ସମ ଦୃଷ୍ଟି ଦେଇ ଦେଖ

ତୁମ ପତିତପାବନବାନା ନେତ

ଜଗତେ ଉଡାଇ ରଖ ।


କାହିଁକି କରିବି ଦୁଃଖ ହେ ଠାକୁର

କାହିଁକି କରିବି ଦୁଃଖ ।


Rate this content
Log in

Similar oriya poem from Drama