STORYMIRROR

Amita Dash

Drama Tragedy Children

3  

Amita Dash

Drama Tragedy Children

ମାଟି ମାଣ୍ଟୁ

ମାଟି ମାଣ୍ଟୁ

1 min
216


ମାଣ୍ଟୁ ନା ଆଟୁ

କୋଉଟା ନାହିଁ ଆମର

ମାଟି କାନ୍ଥରେ ନୂଆଣିଆ

ଚାଳଘର।

ଆଟୁଘର ଯାହାର ସମ୍ଭ୍ରାନ୍ତ ଘର

ତାର।

ଥିଲାବାଲା, ଦୁଇବର୍ଷ ପୁରୁଣା ଧାନଖିଆ ତାଙ୍କର।

ଆଜି ଆଟୁହେବ ଆମର

ଘର ଉପରେ ଚାଳଛପର

ଆଟୁ,ଘର ଓ ଚାଳ ମଝିର

ବାଉଁଶ ପାତିଆ ପରସ୍ତ,ପରସ୍ତ

ମଝିରେ ତାଳ କଢି ଉପରେ ବନମାଟିର ଲେପ।

ବିଲରୁ ମାଟି,ଗଣ୍ଡରୁ ପାଣି

ବାନର ସେନା ଆଣ ଟାଣି

କାଦୁଅ ଗୁଳା ବାପାଙ୍କ ହାତକୁ

କ୍ରମାନ୍ୱୟରେ ଦିଅ ଗଣି।

ମା ଚୁଲି ପାଖେ କହୁଥିବ,

ବନମାଟି ଗଣ୍ଡେ ବାଡି ପଛପଟକୁ

ରଖିଦବଟି।

ବର୍ଷକର ଲିପାପୋଛା,ଛୁତକ

ମୃତ୍ତକ କାମ ଅଛି।

ଯାଗା କୋଉଠି ଥିବ, ପୋଡ଼ା ମୁହିଁର ବାଡି ପିଣ୍ଡାରେ କଣ୍ଡଇ

ରାଜୁତି ଚାଲୁଥିବ।

ଆଟୁ ଉପର ସୁରକ୍ଷିତ।

ଆମ୍ବୁଲ, କଇଁ ଆ,ବିଞ୍ଚଣା,ଚଟ

ମାଣ୍ଟୁଉପରେ ଲୁଚାଇ ରଖ।

ଆମ ଦୁଷ୍ଟ ପିଲାଙ୍କ ପାଇଁ ଜାଲିୟାତି,ଠକାମି,ମାମଲତ।

ଆମେ ମଣିଷ ରୂପି ପଙ୍ଗପାଳ

ମାଜାଣିନି ଆମଠୁ ଭୟଙ୍କର ଜୀବ ଅଛନ୍ତି।

ସାଳିଆ ପୋତନି ରାତିରେ ଆଟୁ

ଉପରେ ଖେଳୁଛନ୍ତି।

ଭାବୁଚି,ଯଦି ସାଙ୍ଗହୋଇ ଥିବେ

କିତିକିତି।

ଭାଇ ଭାଇ ହେଲେ କବାଡି।

ଭାଇ,ଭଉଣୀ ନୁହଁନ୍ତି।

ହୋଇଥିଲେ ଶଦ୍ଦ ଶୁଭନ୍ତାନି

ଜରୁର ସ୍ବାମୀ,ସ୍ତ୍ରୀ କଳି ଲାଗୁଚନ୍ତି

ମାଟି ଆଟୁ ଯଦି ଭୁଷୁଡି ପଡିବ

ପିତୃ ଦତ୍ତ ନାମଟା ମୋର ମାଟିରେ ମିଶିଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama