STORYMIRROR

ପରୀ <3

Drama Romance Classics

4  

ପରୀ <3

Drama Romance Classics

ସ୍ଵୀକାର କରେ ମୁଁ...

ସ୍ଵୀକାର କରେ ମୁଁ...

1 min
361

ସେଦିନ ଚାନ୍ଦିନୀ କେଜାଣି କାହିଁକି ମୋତେ ଦେଖି ହସୁଥାଏ !
ମୋର ପ୍ରଥମ ପ୍ରଣୟ ପ୍ରକାଶର ମୁହୂର୍ତ୍ତଟି ଜାଣିଦେଲା ବୋଧହୁଏ।

କହିଲେ ସେ ମୋତେ ଚାହିଁ, "କିଛି କହିବ କହୁଥିଲ ପରା"
ଅଜଣା ଦ୍ୱନ୍ଦ୍ଵରୁ ବାହାରି ମୁଁ, ଆରମ୍ଭ କଲି କହିବାକୁ...

ଶଶୀ ମୋର !!
ଏ ମରୁଭୂମି ମନ ମୋର ତୁମ ଆଗମନ ପରେ ଚଞ୍ଚଳ ଉପବନ ସାଜିଛି
କାକଟସ୍ ଦେଖିଛ, ଦେଖିଥିବ ବୋଧେ 
ତାପରି ଥିଲି ମୁଁ, ଏବେ ତୁମ ପାଇଁ ଲାଜକୁଳୀ ଲତାଟେ ହୋଇଛି
ହଁ, ସ୍ବୀକାର କରେ ମୁଁ ତୁମ ସହ ପ୍ରଣୟରେ ଅଛି।

ନୟନ ଯୁଗଳ ମୋର ଏବେ ଅଣାୟତ୍ତ ହୁଏ
ଇଚ୍ଛା ତାର ତୁମ ଆଖି ଅଗଣାରେ ଲାଖିଯିବା ପାଇଁ
ସ୍ପନ୍ଦନ ମୋର ହଠାତ୍ ବଢ଼ିଉଠେ ଏବେ
କୁହେ ମୋତେ,ତୁମ ହୃତ୍ ସ୍ପନ୍ଦନ ସହ ମିଶିଯିବା ପାଇଁ
ଅକାରଣେ ଏବେ ହସି ଉଠେ ମୁଁ,
କେହି ପଚାରିଲେ କୁହେ କାରଣଟେ ଅଛି !
ହଁ, ସ୍ବୀକାର କରେ ମୁଁ ତୁମ ସହ ପ୍ରଣୟରେ ଅଛି।

ସଖୀମାନେ ପଚାରିଲେ ତୁମ ନାଁ କହିପାରେନା 
ତୁମ ନାଁ ବିନା ମୋ ନାଁକୁ ଏବେ ଲେଖିବାକୁ ଆଉ ଇଚ୍ଛା ହୁଏନା
କ'ଣ ତୁମେ ଜାଣ ?
ମୋ ହୃଦୟର ସିତ କାଗଜରେ କେବଳ ତୁମ ନାମ ଲେଖାଅଛି
ହଁ, ସ୍ବୀକାର କରେ ମୁଁ ତୁମ ସହ ପ୍ରଣୟରେ ଅଛି।

ଭୀତ ହୁଅନାହିଁ,,
ହୀରା ନୀଳା ଆଦି ଅସୁମାରୀ ଧନରତ୍ନ ଚାହିଁବିନି
ସରଗରେ ରାଇଜଟେ ତୁମକୁ କେବେ ମାଗିବିନି 
ସଦା ତୁମ ଉପସ୍ଥିତି ଓ ତୁମ ହୃଦେ ସ୍ଥାନଟିଏ ପାଇଁ,
ଏ ପ୍ରଣୟିନୀ ତୁମ ପ୍ରାର୍ଥନା କରିଛି
ପ୍ରିୟତମ ମୋର !
ହଁ, ସ୍ବୀକାର କରେ ମୁଁ ତୁମ ସହ ପ୍ରଣୟରେ ଅଛି।

କ'ଣ ତୁମେ ଜାଣ ?
ତୁମ ପାଇଁ ହୃଦୟ ମୋ ଅନାବିଳ ପ୍ରେମ ସାଇତିଛି
ତୁମ ନାମେ ସୀମନ୍ତିନୀ ହେବା ପାଇଁ ଆଶା ଅଛି
ପ୍ରାଣପ୍ରିୟ ମୋର !
ସ୍ବୀକାର କରେ ମୁଁ ତୁମ ସହ ପ୍ରଣୟରେ ଅଛି।

ଏବେ କହିବ କି !!
ମୋ ପାଇଁ ହୃଦେ ତୁମ କେଉଁ କଥା ଅଛି ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama