STORYMIRROR

ପରୀ <3

Drama Tragedy Classics

4  

ପରୀ <3

Drama Tragedy Classics

ତୁମ ବାହାଘର🥀❤️‍🩹

ତୁମ ବାହାଘର🥀❤️‍🩹

2 mins
10

ତୁମ ବାହାଘରକୁ ଆଖିରେ ଦେଖିବାକୁ ଯିବି ଭାବିଛି,

ଡରନି ମ !!

ପରିଚୟ ଉହ୍ୟ ରଖି ତୁମ ନବ ପ୍ରଣୟିନୀଙ୍କୁ ଦେଖିଆସିବି ଟିକେ

ମୋ ଠାରୁ ଶତ ଗୁଣେ ଭଲ ହୋଇଥିବେ ଜାଣେ ପରା

ତୁମେ ତାଙ୍କୁ ଅପଲକେ ଚାହିଁ ରହିବାର ଦୃଶ୍ୟ ଦେଖିଆସିବି ଟିକେ ।

ତୁମେ ମୋତେ ଦେଖି ପାରିବନି ବୋଧହୁଏ,

ଦେଖିବ ଯଦି ଥିବି ନେଇ ଓଠେ ସ୍ମିତହାସ୍ୟଟିଏ !

ଅବଶୋଷ କରିବନି ବୋଧହୁଏ,

ନୟନୁ ନୀର ନିର୍ଝରିଣୀ ନିଗିଡ଼ିବାକୁ ଦେବିନି- କରିଥିଲି କେବେ ପ୍ରତିଶୃତି ଟିଏ !

ଚିନ୍ତା କରନି ମ !!

ହୁଏତ ବେଶୀ ଖାଇ ପାରିବିନି ମୁଁ ,

ତୁମ ସହ ବିତିଥିବା ସ୍ମୃତି ସବୁ ଗଳାଧଃକରଣ କରିବି ବହୁ କଷ୍ଟେ !

ସୁନ୍ଦର ଲାଗିବିନି ଆଦୌ !

ତୁମକୁ ଯେଉଁ ରଙ୍ଗ ପସନ୍ଦ ନୁହେଁ, ସେ ରଙ୍ଗେ ପରିଚ୍ଛଦଟି ଥିବ ମୋର,

ସେଥିପାଇଁ ହୁଏତ ତୁମେ ମୋ ମୁଖ ମଧ୍ୟ ଚାହିଁବନି।

ତାଙ୍କୁ ଓ ତୁମକୁ ବେଦୀରେ ବସିବାର ଦେଖିବି,

ତୁମ ବେଦୀ ଚାରିକଡେ ପଡ଼ିଥିବା ହୃଦୟର କିୟଦଂଶ ଗୁଡ଼ିକୁ ମୋର

ସାଉଁଟି ଆଣିବି ଚୁପ୍ କରି....

ତୁମେ ତାଙ୍କୁ ସିନ୍ଦୂର ଦେଲେ, ମୋତେ ମୋ ଅବିର କଥା ମନେପଡ଼ିବ

ଯାହାକୁ ରଙ୍ଗ ମାତ୍ର ଭାବି ମୋତେ ଭେଟି ଦେଇଥିଲ ତୁମେ।

ବାସ୍ !!!

ତୁମ ଠିକଣା ଜାଣି ମଧ୍ୟ ତୁମ ଏରୁଣ୍ଡିବନ୍ଧ ଡେଇଁବିନି କେବେ।

ତୁମେ ତୁମ ବାମାଙ୍କୁ ଧରି ଫେରିଗଲେ,

ମୁଁ ମରି ମଧ୍ୟ ଜୀଇଁଛି କହିବାକୁ ଆସିବି

ମୋର ଏହି ନିର୍ଜୀବ କାନ୍ଥବାଡ଼ଙ୍କୁ...

କିଛି ଭାବନି !

ଫେରିଆସିବି ମୁଁ,

ସେଠାରୁ ଆସିଲେ ମୃତ ମୋ ହୃଦୟକୁ ଜୀବିତ କରିବାକୁ

ମିଛ ସାନ୍ତ୍ଵନାଟେ ପୁନଶ୍ଚ ଖୋଜିବାର ଅଛି ପରା।

ହଁ, ତୁମେ ଦେଇଥିବା ନବ ଜୀବନ, ନୂତନ ପରିଚୟକୁ

ଯଜ୍ଞକୁଣ୍ଡରେ ଆହୁତି ଦେଇ ଆସିବି, ଲୋକଦେଖାଣିଆ ହୋଇ

ସଭିଏଁ ଜାଣିବେ ପାଶୋରି ଗଲି ମୁଁ ତୁମକୁ,

ମାତ୍ର ଅଗ୍ନି ସହ ଲଢ଼ି ଯାଜ୍ଞସେନୀ ସାଜି ପୁଣି ଫେରାଇ ଆଣିବି

ସ୍ମୃତି ସବୁକୁ, ନିଇତି କଷ୍ଟ ପାଇବା ପାଇଁ।

ତୁମ ପ୍ରିୟ ନାଲି ଶାଢ଼ୀ, ଶଙ୍ଖା ଚୁଡ଼ି ଦେଇଆସିବି ତୁମ ଅର୍ଦ୍ଧାଙ୍ଗିନୀଙ୍କୁ

ତୁମକୁ ଦେବା ପାଇଁ କିନ୍ତୁ କିଛି ନଥିବ ମୋ ପାଖେ,

ଫେରିବା ବାଟରେ ମନ୍ଦିର ପଡ଼ିବ ପରା,

ତୁମ ନବ ଜୀବନର ସୁଖ ପ୍ରାପ୍ତି ପାଇଁ ପ୍ରାର୍ଥନା କରିଆସିବି ସେଠାରୁ।

ମୋ ପ୍ରୀତି ବନ୍ଧନରୁ ସିନା ମୁକୁଳି ଯାଇଛ ତୁମେ,

ମୋତେ ମୁକୁଳିବାକୁ ଲାଗିପାରେ ଅଜସ୍ର ସମୟ

ଅଫେରା ଅତିଥି ଥିଲ ପରା,

ଫେରିଗଲେ କିପରି ସହିବ ଅବା ଏ ହୃଦୟ !!

ହୃଦୟହୀନା ନୁହେଁ ମୁଁ, କେବେ ତାତ୍ସଲ୍ୟ କରିବ ନାହିଁ,

ସ୍ମରଣୀୟ ନୁହେଁ ମୁଁ, କେବେ ସ୍ମରଣ କରିବ ନାହିଁ।

ତୁମ ସହ ଶେଷ ସାକ୍ଷାତ ହେବ ମୋର,

ତୁମେ ନ ଦେଖିଲେ ମଧ୍ୟ

ତୁମ ଚିତ୍ର ଆଙ୍କି ଆଣିବି ଅଶ୍ରୁରଙ୍ଗେ ନୟନକୁ ତୂଳୀ କରି

ହଁ, ସେହିଁ ତ ମୋର ସମୟ, ଯେଉଁଠି ଅଟକିବି ମୁଁ ସଦାପାଇଁ

ଆଉ ନ ପାରିବି ଫେରି।

ତୁମ ବାହାଘରକୁ ଆଖିରେ ଦେଖିବାକୁ ଯିବି ଭାବିଛି,

ନଚେତ କିପରି କହିବି,

ମୁଁ ମୃତ୍ୟୁ ପୂର୍ବରୁ ମୃତ ମୋର ଆତ୍ମାକୁ ସ୍ଵୟଂ ଦେଖିଛି !!!

   

                                                                   -ପରୀ❣️


Rate this content
Log in

Similar oriya poem from Drama