STORYMIRROR

SUKANTA KHANDA

Drama

3  

SUKANTA KHANDA

Drama

ଛଳନା

ଛଳନା

1 min
172


ଛଳନାଟା ଆଜି କଣ୍ଢେଇ ସଦୃଶ

ପ୍ରତି ହୃଦେ ବିରାଜିତ

ସମ୍ପର୍କଟେ ଯୋଡି଼ ଝୁଣିଦେଲା ପରେ

ଚାହାଁନ୍ତି କରିବା ଖତ।୧ ।


କିଏ ଜଣେ ଏଠି ବାଦ ପଡେ଼ ନାହିଁ

ପ୍ରତି କାର୍ଯ୍ଯେ ଛଳନାକୁ

ସ୍ଥାନ ଦେଇଥାଉ ଶୋଷଣ ଲୁଣ୍ଠନ

ନୀଚ୍ଚ ଭାବି ବନ୍ଧନକୁ।୨।


ପବିତ୍ର ବନ୍ଧନ ପତି ଆଉ ପତ୍ନୀ

ଯୁଗଯୁଗ ରହିବାକୁ

ବିବାହ ମଣ୍ଡପେ ଶପଥ କରି ବି

ଧରୁ କିନ୍ତୁ ଛଳନାକୁ।୩।


ସଂସାରରେ ଆଜି ନିଜେ ହିଁ ନିଜକୁ

ସୁଦ୍ଧା ଜଣା ନାହିଁ ସତ

ହିଂସା ଅସୂୟାରେ ସମୟ କାଟୁଛୁ

ସେ'ପାଇଁ ହୁଏନି ହିତ।୪।


ଛଳନାକୁ ଯଦି ଦୂରକୁ ଫିଙ୍ଗିକି

ମିଠା କଥା ଆଉ କାର୍ଯ୍ଯ

କରିକି ରହିବା ଏ ପୂଣ୍ଣ୍ଯ ଜଗତେ

ଦରକାର ହେବ ଧର୍ଯ୍ଯ।୫।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama