Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tilottama Panigrahi

Drama Romance

3  

Tilottama Panigrahi

Drama Romance

ସ୍ୱପ୍ନ (ଏକ ପ୍ରତିକ୍ରିୟା ର ଝଲକ୍)

ସ୍ୱପ୍ନ (ଏକ ପ୍ରତିକ୍ରିୟା ର ଝଲକ୍)

1 min
138


ମୋ ଆନୁରକ୍ତି, ଅନୁପମ, 

ଅଭିଳାଷୀ, ତନୁ କୁ 'ସ୍ୱପ୍ନ'

 ତୁମେ, ଆଣନ୍ତ ନି ଥରେ ? 

  କରନ୍ତି ଅଭ୍ଯର୍ଥନା

ଯା ' କରି ପାରୁନି ବାସ୍ତବରେ। 


  ତା ' ଅଭିମର୍ଷେ

  ବିମନସ୍କ ମନ ଟା

  ଉଠନ୍ତା ଉଛୁଳି । 

ସେ ଅନୁମୁଖ ରଖନ୍ତି ସାଇତି ;

ବୁଢି ଅସୁରୁଣୀ ଗଳ୍ପ ର 

ସେ ସାତ ତାଳ ପାଣି 

ସୁନା ଫରୁଆ ନୁହଁ , 

ମୋ ପ୍ରଶ୍ୱାସ ର ପ୍ରତି ସ୍ପନ୍ଦନ ରେ। 


ଅବଜ୍ଞାତ, ଅପରାଗେ, 

ଦୂର୍ ଦୂର୍ ନ କରିବି କେବେ । 

କାରଣ, କଲ୍ପନା ର ଇନ୍ଦ୍ରଜାଲ

ମୁଁ ବି ନୁହଁ ଭବେ । 

କରି ନି ଛଳନା , 

ନେଇ ନାହିଁ ଅନୃତ ଆଶ୍ରୟ । 


ତୁମେ ତ ମୋ ଅବଚେତନ ମନର

ବାସ୍ତବ ରୂପରେଖ ଟିଏ । 

 ଆସକ୍ତି ଅନ୍ଦିଶା ର , 

ଉପଯୋଗୀ ସତ୍ତା ଟି ଏ । 

ଭାବନା ର ସୂକ୍ଷ୍ମ ଝଲକ୍ ମାତ୍ର, 

ସାଥୀ ମୋ ନିଦ୍ରା ର । 

ହେଉ ପଛେ ମୁହୂର୍ତ୍ତକ ପାଇଁ 

 ଶାନ୍ତି ମୋ ମନ ର । 


ତେଣୁ ଅଭିବାଦ ନୁହେଁ , 

ଅଭିବାଦନ କରୁଛି ମୁଁ ତୋରେ , 

ଉପରୋଧ , ତୁମେ ଆଣ 

ଓ ଆସ ବାରେ ବାରେ ।

                

                 



Rate this content
Log in