Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Drama

3  

Panchanan Jena

Drama

ନାଲି ଟିକିଲି

ନାଲି ଟିକିଲି

1 min
165



ନାଲି ଟିକିଲି ଦେଖି

ଲୋଭ କରେ ନିରିମାଖି

 ଛୁଏଁ ଭାଭଜଙ୍କୁ ଲୁଚି

 ଧରେ ତର୍ଜନୀରେ ପଶି

ଜାଣି ପାରେନା ପାଜି 

କେମିତି ଆପେ ଆପେ

କପାଳରେ ଭଇଁଲାଣି 

ନାଲି ଟହ ଟହ ଅରୁଣ ଧ୍ଵଜି ।


ଛାତି ଧଡ଼ ଧଡ଼

ଭୟରେ ସଡ ସଡ

ଜାଣି ନେବେ କେହି

ବାପା ବୋଉ ଭାଇ

ଆଇନାକୁ ଧରି ଦୈଡ଼ି

କଣେଇ ଚାହେଁ ସେ ମୋଡି

ଆଇନା ବି ଦିଏ ହସି

ଖୁସି ଖେଳିଯାଏ ହାଏ ତାରକସି ।


ଭୁଲତା ମଝିରେ 

ସଫା କପାଳରେ 

ଖାଲି ଖାଲି ମାଡ଼ୁଥାଏ

ନାଲି ଟିକିଲି

ନାଇ ଛଇଲି

ପୂର୍ଣ୍ଣା ଯୌବନା ଦିଶୁଥାଏ

ଶୁଦ୍ଧା ସୁବର୍ଣ୍ଣା ସାଜୁଥାଏ 

ଷୋହଳ ବୟସୀ ଚାରୁହସି ।


ଭାଉଜ କହିବେ ଚୋରଣୀ

ପାଟି କରିବେ 

ଗାଳି କରିବେ ମିଛିମିଛିକା

ଟାଣି ମୋ ବେଣୀ 

ବର୍ଷିଯିବେ ଗଳ ଗଳ

ରାଗରେ କହିବେ ଅନର୍ଗଳ 

ତାଳ ଫୋଟକା ଗର୍ଜନ ତର୍ଜନ

ଶବ୍ଦ ବୋମା ଫିଙ୍ଗିବେ ତର୍ଜନି କ୍ଷେପଣ ।


ଅଭିନୟରେ ଦୁଇ ପାଦ

 ଆଗେଇ ଯିବି

ଡରିଯିବି କାନ ଧରିବି

ଭୟ କରିବି ତୁନି ରହିବି

ଜାବୋଡି ଧରିବି ପଛ ପଟରୁ

ପଟେଇ ନେବି ଭାଉଜଙ୍କୁ କାନ୍ଧରୁ

ଆସ୍ତେକିନା କହିଦେବି " ସରି"

ଫୁସ୍ ଫାସ୍ କହିଦେବି

 " ଆଉ ହବନି " ଦୋହରୀ ।

କୁହ ! 

ଦୁଇ ବାହୁକୁ ଧରି

ମୁଁହ କୁ ଆବୋରି

ଯଦି ପଚାରନ୍ତି ଭାଉଜ ରାଣୀ 

ଚୋରା ଚଇତାଳି ବହିଲାଣି ବୋଧେ

ପ୍ରେମ ଫାସରେ ପଡିଗଲଣି ବୋଧେ

ଯୌବନ ଯୁଆରରେ ଆକ୍ତାମାକ୍ତା ବୋଧେ

କୁହ !

ସୁନା ହରିଣୀ ମୋ ଗେହ୍ଲେଇ ରାଣୀ

ନାଲି ଟିକିଲି ତୁ ନାଇବୁ ନିତି

ଅନ୍ୟ ପ୍ରସାଧନ ମାରିବୁ ନିତି

ଶାଢୀ ଗହଣା ବି ପିନ୍ଧିବୁ ନିତି

ଖିଲି ଖିଲି ହସି ଉଠିବ 

ମୋ ମୁରୁକିହସି ନଣନ୍ଦୀ ବାଣୀ ।



Rate this content
Log in

Similar oriya poem from Drama