ଛାଡପତ୍ର
ଛାଡପତ୍ର
କଵିତାକୁ ଛାଡପତ୍ର ଦେଵାପରେ
ଏହା ଭିତରେ ଅନେକ ଵର୍ଷ ଵିତିଛି
ତା ପ୍ରେମର ମଧୁରତା ମୁଁ ଵୁଝି ଵି ଅଵୁଝା
ଏଣୁ ପ୍ରତ୍ୟୋକ ଥର ତାର ନିମନ୍ତ୍ରଣକୁ
କାର୍ଯ୍ୟ ଵ୍ୟାସ୍ତତା ଆଳରେ
ଵାରମ୍ଵାର ପ୍ରତ୍ୟାଖ୍ୟାନ କରିଛି
କହିଵାକୁ ଗଲେ ତା ଠାରୁ ସଂପର୍କରେ ଅଲଗା
ଏମିତି ମୁଁ ଏକ ପ୍ରକାର ହୋଇଯାଇଛି l
ପ୍ରତୋକ ଥର ସେ ଦେଖାହୁଏ
ସାହିତ୍ୟର ଆସରରେ l
ପ୍ରତୋକ ଥର ମୁଁ ତାଠାରୁ ମୁଁହ ଫେରାଇ ନିଏ
କର୍ମ ଆୟ ରୋଜଗାରର ଭୟରେ
ମୁଁ ତାକୁ ଅନେକ ଅଣଦେଖା କରିଛି
କିନ୍ତୁ ସେ ମୋର ନିମନ୍ତ୍ରଣ ପାଇଲେ
ପଛକଥା ଭୁଲି ହସି ହସି ଆଦରିନେଇ
ମୋ ସଂପର୍କର ଅମୂଲ୍ୟ ଉପହାର ଦେଇଛି l
ଵାପା ସଵୁଵେଳେ କୁହନ୍ତି
କଳାମୁଣ୍ଡିଆ ମଣିଷ ଲହୁମାତ୍ରେ ସ୍ୱାର୍ଥଵାଦି
ମୋତେ ସେ କଵିତା ସାଥିରେ ଦେଖିଲେ
ଅନେକ ଖୁସି ହୁଅନ୍ତି l
ମୁଁ ଵିତ କଳାମୁଣ୍ଡିଆ କେମତି ଵାଦ ପଡିଵି
ଏ ଚକ୍ରଵ୍ୟୁହରେ ପଳାତକ ସାଜି
ନିଜର ସ୍ୱାର୍ଥ ହାସଲ ସାରିଵା ପରେ
ତାକୁ ଜାଣିଶୁଣି ଅଣଦେଖା କରିଛି l
ଆଜି କଵିତା ଦେଖାହେଲା ମୃଗତନ୍ଦ୍ରାର ଆସରରେ
ତାର ସୁନ୍ଦର ସୁରୁପରେ
ଅଜାଣତେ ମୁଁ ଭାଵୁକ ସାଜିଲି କେଇମୁହୁର୍ତରେ
ମନମୋ ଆକର୍ଷି ହେଲା ତା ଯୌଵନକୁ ଦେଖି
ହାତଠାରି ଡାକିଲି କାଗଜରେ ଲୁଚି ଲେଖି
ହାୟ କେମିତିଗୋ ପ୍ରେମିକା ସେ ମୋର ଭୁଲି ପଛକଥା
ହସିହସି ସମର୍ପିଦେଲା ନିଜକୁ ଆଖିରେ ମିଶାଇ ଆଖି l
ପାଶୋରି ଅତିତ ମୋର ପୁଣି ଵଢେଇଲା ହାତ
ତାକୁ ଦେଖି ଆଖିରେ ମୋ ଲୁହ ଥିଲା
ଲହୁ ଵହୁଥିଲା ଶରମ ଝାଳରେ
ଲଜ୍ଜା ଵଧ ହେଉଥିଲା ଦେଖି ନିଜର ଅସ୍ଥିତ୍ୱ
ଦେଖୁଥିଲି କାଗଜ କଲମକୁ
ଲେଖିଵାକୁ ନିଜ ପରଶରେ ପାଇ
ଭାଵୁଥିଲି ତାକୁ ଟଙ୍କାରେ ତଉଲି
କି ଭୁଲ କରିଛି ଅତିତରେ ମୁହିଁ l
ଭାଵୁଭାଵୁ ହସିହସି ସେ ଵଢାଇଲା ହାତ
କାନ୍ଧରୁ ତା ଖସିଗଲା ନାଲି ରଙ୍ଗର ପଣତ
ପଣତକୁ ତୋଳିଧରିଲି ଶଵଦରେ ନେଇ
କେଇକ୍ଷଣେ ଶରମିଗଲା ଭାଵନାରେ ରହି
ଚାହୁଁଥିଲି କେହିଜଣେ
ମୋ ହାତଧରି କିଏ ଦେଖାନ୍ତାନି ଵାଟ
କହୁକହୁ ମୋ ନାମରେ ହେଲା ମୃଦୁ ଗୁଞରଣ
ଶୂନ୍ୟରୁ ଲମ୍ଵିଆସିଲା ମୋ କଵିତାର ହାତ

