STORYMIRROR

Gargi Mishra

Abstract Drama Inspirational

4  

Gargi Mishra

Abstract Drama Inspirational

ଯନ୍ତା

ଯନ୍ତା

1 min
346


ବଡ଼ ରାତି

ବଡ଼ ବଡ଼ ଆଖି 

ଛୋଟିଆ ସ୍ବପ୍ନଟିଏତ ଥିଲା ମୋର!!

କିଛି ସମୟ ପବନକୁ ସାଥିକରି 

ତା ସହ ନୌକାବିହାର ସହ 

କିଛି ଅନ୍ତରଭିଜା କଥା

କିଛି ଜୀବନର ସତ୍ୟତା ବସି ବସି ବଖାଣିବାର 

ତତଲା ଚିଆଁର ଦାଗ ଦେଖେଇ

ଏଇଠି ଏଇଠି କହି 

ଫୁଙ୍କିଦେବାକୁ ଖୋଜୁଛି ଖାଲି ଟିକିଏ ଆହାଃ

ପାହାନ୍ତା ପହର ଚିଁ ଚାଁଠାରୁ

ନିସ୍ତବ୍ଧ ରାତିର ଗଳିମୁଣ୍ଡରେ

ମଦୁଆ ମାନଙ୍କୁ ଦେଖି ସ୍ୱାନର

ଲମ୍ବା ଲମ୍ବା ଭୋକିବା ଯାଏ

ମୋ ଭାଗ୍ୟରେ କଣ

କେବଳ ଚକି, ଶିଳ ଆଉ ଫେସା?

ଫଟାଗୋଇଠିର ଅଭିମାନ 

 ଆଉ ହଜିଯାଇଥିବା

ପାପୁଲିର ନରମପଣ

ଏକାନ୍ତରେ ଗାଳିଦିଅନ୍ତି ମୋତେ 

ସତେକି ମୁଁ ଗୋଟେ ଲାବୋଟ୍ରି ମୂଷା?

ଥାକେ ସାର୍ଟିଫିକେଟ

ଆଉ ବାକ୍ସଟେ ଟ୍ରଫି 

ଅବହେଳିତ ଏକ ରିପୋର୍ଟ କାର୍ଡରେ

ଏଜୁକେସନ ମିନିଷ୍ଟରଙ୍କ

ଦୃଷ୍ଟାନ୍ତ ହବୁ ବୋଲି ଦେଇଥିବା ସ୍ଵାକ୍ଷର

ଏସବୁ ନିଆଁଲଗା କଥା

ଫୋପଡ଼ା ହେବା ପାଇଁ

 ଥିବା ଅଳନ୍ଧୁଲଗା ଅତୀତ

ଭେଟିବା ଅପେକ୍ଷାରେ 

ଖାଲିଥରୁଟେ ଜନ୍ହର ହସ 

ମୋର ସବୁ ଲେଖାକୁ

ଗୋଟି ଗୋଟି କରି ପଢ଼ୁପଢୁ

ଛଳ ଛଳକରି ଆଖି ଟେକି ମୋତେ

ଚାହାନ୍ତାନି ସୁରୁଜ?

ଏତେ ଛୋଟ ବୟସରେ କଣ ଏମିତିସବୁ

ଜଣେ ଉପଲବଧି ନେଇ ବଞ୍ଚିପାରେ?

ନା, ନା କିଛିନା କିଛିନା

କରି ମୋତେ ଆଉଜେଇ ନେଇ

ମୋ ପିଠି ଥାପୁଡ଼େଇ ମୋତେ ସାହସ

ଧର୍ଯ୍ୟଦେଇ ମୋ ପିଲାଙ୍କ ଆଡ଼େ 

ଆଙ୍ଗୁଳି ଦେଖାଇ ମୋତେ

ଆଉ ଦିନେ ସେ ପୋଲ ଉପରକୁ ଯାଇ

ସୂଈସାଇଡ କଥା ନ ଭାବିବା ପାଇଁ

ରାଣ ନିୟମ ଦିଅନ୍ତାନି ଆକାଶ?

ମୁଁ ଶୁଣୁଛି ତୋ କଥା ତୁ ଲେଖିଚାଲେ

ପ୍ରତିଶୃତି ଦେଇ 

କାଂଥ ଉହାଡ଼ୁ ମୋର ସବୁ ଭାବନାକୁ

ସମ୍ମାନରସହ ଆତ୍ମସ୍ଥ କରୁଥିବା ଆମ୍ବଗଛ 

ଶୁଣିବାକୁ ପାଇଛି ମୋର ଲେଖା 

କାଳେ ଜଉ ମୁଦ ଦିଆ ଛାତି 

ତରଳାଇ ଦେଇଛି କାରଣ

ଅନ୍ତରରଲେଖା

ପ୍ରାର୍ଥନାରତ ସଞ୍ଜବତୀର 

ଉଷ୍ମସ୍ପର୍ଶ ଟିଏ ପାଇଛି l

ପାଦ ବଢିଛି 

ଆହୁରି ଆହୁରି 

ଆଗକୁ

କେଜାଣି କେତେ ଆଗକୁ ଗଲେ

ଭେଟ ହେଇଯିବ

ଏଇଠି କଉଠି ସ୍ବପ୍ନଟିଏ?

ଯେଉଁ ସ୍ବପ୍ନ କେବେ ଶୋଇବାକୁ ଦେଇନି

ସକାଳୁ ନିଦବାଉଳା ହୋଇ

ଏଇ ଦେଖୁନ ମୋ କଲମ ଚାଲିଛି

ପ୍ରତିକ୍ଷୀତଆଖି ମାନଙ୍କୁ ଭେଟିବା ପାଇଁ

ହଁ ହଁ ଠିକ କଥା, ସତ ସତ ସବୁ

ଏମିତି ଆମ ସଙ୍ଗେବି ହେଇଛି

ଆହୁରି ଲେଖ -ଶୁଣିବାପାଇଁ

କିଛି ପାଠକଙ୍କ ଆଖିରୁ

ପୁରୁଣା କ୍ଷତର ରକ୍ତ ଚିପୁଡ଼ିବାପାଇଁ

ଛୋଟିଆ ଇଚ୍ଛାଟିଏ ଖାଲି

ତ କରିଥିଲି l

ସମାଜରେ କୁଆଡେ ମୁଁ

ନାଁ କଲି ଧେତ ତେରିକି

ଅଭିଲା କଥା l 

ସିଆଡୁ ରଡିଶୁଭିଲା

ଭାତଗାଳେ, ସମୟ ହେଇଗଲା l

 ଜୀବନଯନ୍ତା ଭିତରେ

ହନ୍ତସନ୍ତ ହେଲାବେଳେ 

ଛୋଟିଆ ଇଚ୍ଛାଟିଏ ସେମିତିକୁ ସେମିତି ରହିଗଲା l



Rate this content
Log in

Similar oriya poem from Abstract