STORYMIRROR

Kabiratna Nutan Kumar Behera

Abstract Drama Classics

4  

Kabiratna Nutan Kumar Behera

Abstract Drama Classics

ଚରଣ ତଳେ ଶରଣ ଦିଅ

ଚରଣ ତଳେ ଶରଣ ଦିଅ

1 min
336

    


ହେ ମହାପ୍ରଭୁ ସହାୟ ହୁଅ

         ଭସାଇ ନିଏ ଦୁଃଖର ସୁଅ

ଧରି ରଖି ଜୀବନର ଖିଅ

       ଚରଣ ତଳେ ଶରଣ ଦିଅ।

ତୁମେ ମହାବାହୁ ପରଂବ୍ରହ୍ମ

          କରୁଣାକର ମହାମହିମ, 

ସଂସାରରେ ଦେଇଛ ଜନମ

    ଦୟା କରିବାରେ ତୁମେ ଅସୀମ।

ତୁମେ ଏକା ଜଗତେ ମଣିମା

         ଭରି ଦେଇଛ ସବୁ ସୁଷମା,

ଅପାର ଯେ ତୁମର ମହିମା

      ଦେଖାଅ ତୁମେ ତା'ର ଗାରିମା।

ହେ ମହାପ୍ରଭୁ ସହାୟ ହୁଅ

ଯୁଗେ ଯୁଗେ ରଖିଛ ଉଦ୍ଧାରି

         ବିପଦରୁ କରିଛ ହେ ପାରି,

ଦାସିଆ ସାଲବେଗ ଶବରୀ

         ଗଜରାଜ ମୃଗୁଣୀଙ୍କ ପରି,

ଭକତଙ୍କୁ ରଖିଛ ହେ ତାରି

       ରଖ ମୋତେ କରୁଛି ଗୁହାରୀ।

ହେ ମହାପ୍ରଭୁ ସହାୟ ହୁଅ

ନାଥ ପରା ତୁମେ ଅନାଥର

       ବିଶ୍ଵାସ ମୋ ସାହା ଭରସାର, 

ସ୍ଵୟଂ ତୁମେ କୃପାର ସାଗର

       ଆଶିଷ ଦେଇ ଉଦ୍ଧାର କର।

ତୁମ ବିନା ନାହିଁ ସ୍ଥିତି ଗତି

        ତୁମେ ସର୍ବସୁଖର ବିଭୂତି,

ଫେଡିଦିଅ ଅଛି ଯା' ବିପତ୍ତି

        ତୁମ ପାଶେ ଏତିକି ମୀନତି।

ହେ ମହାପ୍ରଭୁ ସହାୟ ହୁଅ।


      



Rate this content
Log in

Similar oriya poem from Abstract