ଫେରିଆ
ଫେରିଆ
ତୋ ବିନା ଆଜି କାଇଁ ଲାଗେ
ସବୁ ମିଛ କାହାଣୀ,
କେବେ ତୁ ଫେରିବୁ ଲୋ
ମୋ ମନର ରାଣୀ ।
ଦେଖାଇଥିଲୁ ତୁ ମୋତେ
କେତେ ସପନ ଆଶା,
କାଇଁ ଛାଡ଼ି ଗଲୁ ତୁ ଚାଲି
କରି ମୋତେ ନିରାଶା ।
ଝିଅ ଆଖିରୁ ବହିଯାଏ
କେତେ ଯେ ଲୁହ,
ପଚାରେ ମୋତେ ମୋ ମାଆ
କେବେ ଫେରିବ କୁହ ।
ପୁଅ କହେ ମୋତେ
ମାଆ ବିନା ଅଧା ଆମ ଘର,
ହାତ ମୋର ଛାଡ଼ି ଦେଲୁ
ମୋ ସାଥେ ଚାଲି କିଛି ଦୂର ।
ପାଉନି ମୁଁ ସେଇ ବାଟ
ଯେଉଁ ବାଟ ଦେଇ ଗଲୁ,
ଫେରିଆ ଲୋ ସୁନାନାକି
ମୋତେ ଯଦି ଭଲ ପାଉଥିଲୁ ।

