STORYMIRROR

Tapan Kumar Gonda

Children Stories Inspirational Children

3  

Tapan Kumar Gonda

Children Stories Inspirational Children

କାଲି ଯେବେ ବଡ଼ ହେଇଯିବ

କାଲି ଯେବେ ବଡ଼ ହେଇଯିବ

1 min
113

                   


ଆଜି ପିଲା ଅଛ ବୁଲ ନଈକୂଳ,

କାଲି ଯେବେ ବଡ଼ ହେଇଯିବ...

ବୁଲିବାକୁ ଆଉ ନଥିବ ବେଳ ।


ଖେଳ ତୁମେ ଏବେ ଏଇ ଧୂଳିଖେଳ,

କାଲି ଯେବେ ବଡ଼ ହେଇଯିବ...

ପାଠରେ ପଢିବ ଏଇ ଭୂଗୋଳ ।।


ଆଜି ପିଲା ଅଛ ଦେଖ ସପନ,

କାଲି ଯେବେ ବଡ଼ ହେଇଯିବେ...

ହେବ ସୁନ୍ଦର ତୁମ ଜୀବନ ।


କର ଏ ଜୀବନେ ତମର ମିତ୍ର, 

କାଲି ଯେବେ ବଡ଼ ହେଇଯିବ...

ସେ ମିତ୍ର ସାଜିବ ପବିତ୍ର ।।



ଆଜି ପିଲା ଅଛ ଶୁଣ କାହାଣୀ,

କାଲି ଯେବେ ବଡ଼ ହେଇଯିବ...

କାହାଣୀକୁ ନେଇ କହିବ ବାଣୀ ।


କାଗଜକୁ କାଟି କର ଖେଳନା, 

କାଲି ଯେବେ ବଡ଼ ହେଇଯିବେ...

ଖେଳନାକୁ ନେଇ ପାଇବ ପ୍ରେରଣା ।




ଆଜି ପିଲା ଅଛ ଅନେକ ଶିଖ

କାଲି ଯେବେ ବଡ଼ ହେଇଯିବ...

ହସ ମୁହେଁ ଏଇ ଦୁନିଆ ଦେଖ ।


ଅଛ ତମେ ଆଜି ଟିଟିଟିକି ଫୁଲ 

କାଲି ଯେବେ ବଡ଼ ହେଇଯିବ...

ଫୁଟି କି ରଖିବ ଜାତିର ମୂଲ ।।


              


Rate this content
Log in