STORYMIRROR

Sarmistha Palai

Drama

4  

Sarmistha Palai

Drama

କଳା ନାଉରୀ

କଳା ନାଉରୀ

1 min
261


ଦୁଃଖ ଦରିଆରେ ଭାଷୁଛି କାଳିଆ

  ସଂସାର ନାବରେ ବସି।

ଜଗତର ନାବ ପାରି ତୁ' କରୁଛୁ

  ମୋ' ବେଳକୁ ଯାଉ ରୁଷି।


ମିଛ ମାୟା ଏହି ସଂସାର ଭିତରେ

  ତୁହି ଏକା ମୋର ସାଥି।

ତୁ' ଯେବେ ବିମୁଖ ହୋଇବୁ ଧନରେ

  ପାହିବନି ମୋର ରାତି।


ଯେ' ଡାଳ ଧରିଲି ସେ' ଡାଳ ଭାଙ୍ଗିଲା

  ସ୍ୱାର୍ଥ ସରିଗଲା ଯେବେ।

ହେଲେ ମୁଁ' ହାରିନି କାଳିଆ ସୁନାରେ

  ଉଠିବି ନିଶ୍ଚେ ଦେଖିବେ।


ସତ୍ୟ, ନ୍ୟାୟ ପଥେ ମୁହିଁ ଚାଲୁଥିବି

  କଣ୍ଟାର ଆଘାତ ସହି।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  ତୁଣ୍ଡରେ ମୁଁ' କହି କହି।


ତୁହିଥିଲେ ମୋର ସବୁ ତ' ଅଛିରେ

  ଆଉ ଲୋଡ଼ା ନାହିଁ କିଛି।

ମନର ବେଦନା ତୋ' ଆଗେ କହିକି

  ଦେଇଥିବି ଲୁହ ପୋଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama