STORYMIRROR

Tapaswini DashSarangi

Drama Others

4  

Tapaswini DashSarangi

Drama Others

ମୁଁ ସେ ଆଉ ମୋ କଲମ

ମୁଁ ସେ ଆଉ ମୋ କଲମ

1 min
275

ଅଭିମାନେ ପତି ପରମେଶ୍ୱର ଯେ

        କହିଲେ ଗୋ ପ୍ରିୟତମା

ମୋ କଥାକୁ ଭୂଲି ଲେଖନୀ ପ୍ରେମରେ

      ହୋଇଗଲ ଆନମନା।

ସମୟ ମିଳିଲେ ଟିକିଏ ତୁମକୁ

      ବସିପଡ଼ ଲେଖିବାକୁ

ସତରେ ସଜନୀ ଇଛା କି ହୁଏନି

   ମୋ ସାଥୀ ରେ ଗପିବାକୁ।

ଦଶ ବରଷର ଆମ ଏ ସମ୍ପର୍କ

   ଅଛି ଆଉ ଅନେକ ପଥ

ତୁମେ ମୁଁ ମିଶି ହାତ ଧରିକରି

   ଟାଣିବା ସଂସାର ରଥ।

ତୁମ ଲେଖା ଦେଖି ମନ ଖୁସି ହୁଏ

    ଆନନ୍ଦେ ହୃଦୟ ଭରେ

ହେଲେ ତୁମ କଲମ ପ୍ରେମକୁ ଦେଖିକି

     ଇର୍ଷା ରେ ଦେହ ମୋ ଜଳେ।


ସ୍ମିତ ହାସ୍ୟ ଦେଇ କହିଲି ଗେଲେଇ 

    ଆହେ ମୋର ପ୍ରିୟତମ

ତୁମେ ମୋର ଆଦି ତୁମେ ମୋର ଅନ୍ତ

    ନାହିଁ କେ ତୁମର ସମ।

ସଂସାର ଜଞ୍ଜାଳେ ଡୁବି କରି ମୁଁ ଯେ

    ଥକି ଯାଏ ଯଦି କେବେ

ହାତ ବଢିଯାଏ କଲମର ପାଶେ

      ଶାନ୍ତି ମିଳେ ଟିକେ ତେବେ।

ମୁଁ ତୁମ ମାନସୀ ମୁଁ ତୁମ ପ୍ରୀୟସୀ

    ତୁମେ ମୋ ହୃଦୟ ରାଜା

ଅଭିମାନ ଆଉ କରନାହିଁ ପ୍ରିୟ

     ଦିଅ ମୋତେ କିଛି ସଜା।

କଲମ ଟି ଖାଲି କିଛି ମୁହୂର୍ତ୍ତର 

   ଏକଲା ପଣର ସାଥୀ

ତୁମେ ତ ମୋହର ମୁଁ ଯେ ତୁମର

       ଜନମ ଜନମ ସାଥୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama