Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Drama

4.8  

ବି. ନିରୁପମା

Drama

ମୁଁ କାଉଁରୀ ଦେଶ କନ୍ୟା

ମୁଁ କାଉଁରୀ ଦେଶ କନ୍ୟା

1 min
413



ମୋତେ ନେଇ କେହି ସ୍ୱପ୍ନ ଦେଖନାହିଁ

ମୁଁ କାଉଁରୀ ଦେଶ କନ୍ୟା ,

କୁସୁମ ଉଦ୍ୟାନ ପଳାଶ ଫୁଲ ମୁଁ

ମରୁ ରାଇଜର ବନ୍ୟା ।


ଜହ୍ନ ପରି ସିନା ଶୀତଳ ମୁଁ ଅତି

ଭିତରେ ଆଗ୍ନେୟ ଲାଭା ,

ଜାଣ ଅଜାଣତେ ମନ ଦେଇଦେଲେ

ସାର ଛାରଖାର ହେବା ।


ଦୂର ପାହାଡ଼ଟି ଦୂରକୁ ସୁନ୍ଦର

ପାଖରେ ସେ ଅତି ରୁକ୍ଷ ,

ସେହିଭଳି ଏକ ଅପ୍ସରୀଟିଏ ମୁଁ

ଛିନ୍ନ ଯାହାର ଯେ ପକ୍ଷ ।


ଉଆଁସ ରାତିର ଜହ୍ନଟିଏ ମୁହିଁ

ମରୁଦ୍ୟାନ ମରୀଚିକା ,

ସତ ମଣି ଯିଏ ପଛେ ଗୋଡ଼ାଇବ

ଥକିଯିବା ସାର ଏକା ।


Rate this content
Log in