STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Drama Fantasy

4  

ପ୍ରିୟଦର୍ଶିନୀ ମହାନ୍ତି

Drama Fantasy

ମୁଖା

ମୁଖା

1 min
471

ହସ ହସ ମୁହଁ ପଛରେ 

ଥାଏ ଅନେକ ଦୁଃଖର କାହାଣୀ,

ହସର ମୁଖା ଦ୍ୱାରା ଆଦୃତ କରି 

ଦୁନିଆ ଆଗରେ ପରସା ଯାଏ,

ପ୍ରସାଧନ ସାମଗ୍ରୀର ବହଳ ପରସ୍ତରେ 

ଲୁଚାଯାଏ ବ୍ୟଥାର ଚିତ୍କାର,

ଆଖି ବି ଶୁଆଇଦେଇ ତା ଭିତରେ 

ଲୁହ ସବୁକୁ ଦିଏ ଭିନ୍ନ ଏକ ଚାହାଣି ।


ଚିକମିକ ଆଲୁଆର ଦୁନିଆରେ

କାହାର ବା ସମୟ ଅଛି,

ଦୁଃଖର ଗଭୀରତାକୁ 

ମାପିବାକୁ କିଏ ବା ନିଜର ଅଛି,

ଦୁଃଖକୁ ପ୍ରକାଶ କରି 

ମିଛ ସମବେଦନା

ପାଇବ ଟା ବି ମୂର୍ଖାମୀ,

ସେଥିପାଇଁ ତ ପିନ୍ଧିବାକୁ ପଡେ 

ହସର ବୁର୍ଖା ।


ଦୁନିଆ ଠୁ ଲୁଚେଇବାକୁ 

ଗୋଟେ ସୁନ୍ଦର ସାମଗ୍ରୀ"ମୁଖା",

ମୁଖା ଭିତର ଆଉ ବାହାର 

ଦୁନିଆ ସମ୍ପୂର୍ଣ୍ଣ ବିପରୀତ,

ମୁଖା ପଛର ମୁଖଟି 

ଖୁବ ଯନ୍ତ୍ରଣା ଦାୟକ,

ହସର ମୁଖା ପିନ୍ଧା ଯାଏନି 

ଅନ୍ୟକୁ କରିବା ପାଇଁ ଭ୍ରମିତ,

ବରଂ ପିନ୍ଧାଯାଏ "ଦୁଃଖ"କୁ

କରିବାପାଇଁ ଚିନ୍ତିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama