STORYMIRROR

Naresh Kumar Behera

Classics Drama

3  

Naresh Kumar Behera

Classics Drama

ପୁରୁଣା ନୂଆ ରୂପରେ

ପୁରୁଣା ନୂଆ ରୂପରେ

1 min
28.2K


୧) ବାସ୍ନା


ବଦଳିଯାଇଛି କାଲିର

ଓଦା ମାଟିର ଆଉ

ସଜଫୁଲ କିଆରୀର

ବର୍ଷା ଫୁଟା ପାଳଛତୁ

ଛାତଉପରେ,

ଦାଣ୍ଡ ଅଗଣାର ଗୋବର ଲିପା,

ଅବା ସେ

ଗୁହାଳର

ବାସ୍ନା ...


୨) ଛାଇ


ସେପଟେ ପୁଣି

ଭାଙ୍ଗିଲାଣି ମାଟିକାନ୍ଥ

ଉଠିବାକୁ ତତ୍ପର

କଂକ୍ରିଟର

ସେ ନୂଆ ପ୍ରାଚୀର...

ଅଗଣା

ଡ଼ାଇନିଙ୍ଗ ହଲ ହେଲାଣି

ଆଉନାହିଁ

ସେ ପୁରୁଣା ଆମ୍ବ, ନଡ଼ିଆ ଗଛ;

ଛାଇ ତ ଗଲାଣି

ଆଲୁଅ କାହିଁ?


୩) ଆଲୁଅ


ହଜିଲାଣି...

ଦିବାନିଶି ସବୁ ଏକ

ନିଶବ୍ଦ

ଚାରିଆଡ଼େ

ସତେ କେହି

ଯେପରି ଖୋଜୁଛି

କାହାକୁ,

କିଛି ସ୍ଵର

ବାପା ବାପା ବୋଲି...

ନୂଆବୋହୁ କିନ୍ତୁ,

ଅପେକ୍ଷାରେ

ରଙ୍ଗ ଯେ ହଟିନି

ଅଳତାର

ପୁଣି,

ଅପେକ୍ଷାରତ ମିଳନକୁ...


୪) ରାଜୁତି


ସବୁ ଖାଁ ଖାଁ ...

ତଥାପି ସଭିଏଁ ବ୍ୟସ୍ତ

ଯେପରି କିଛି ହେଇନାହିଁ ।

ପୁଣି ଅନେକ ପର୍ବ

ମିଳନ ମିଳନ ମିଳନ...

ସମ୍ପର୍କରେ ନୂଆ ହକଦାର

ହେଉଅଛି ପ୍ରସ୍ତୁତ

କରିବାକୁ ଏଠି

ରାଜୁତି...

ଯିଏ ଯାହା କାର୍ଯ୍ୟରେ ଲିପ୍ତ

କାହାରିକୁ ନାହିଁ ଟେର ।


୫) ଅଭ୍ୟାସ


ମା’ର ଜିଦ୍

ଛାଡ଼ିବାକୁ ନାରାଜ

ତା’ କୋମଳ

ଗେଲ୍ହା

ବାଛୁରି ଦୁଇ ଓ ଗାଈକୁ

ପଠାଣ ବଜାରେ...

ବାପା ସିନା ଗଲେ

ହେଲେ ଏମାନେ ତ

ତାରି ଛୁଆ ନା’!

ଏ ତ' ପୁରୁଣା ଅଭ୍ୟାସ

କିପରି ଯେ ବଦଳିବ?

ଲାଗିଲାଣି ସେ

ତାଙ୍କ ସେବାରେ

ବାରିପଟେ ।


୬) ସୁଶିଳା


ଝିଅଟିଏ,

ନା’ ତାର ସୁଶିଳା।

ଏବେ ଏବେ ପାଦ ଥାପିଛି

ଯୌବନରେ ।

ଯେପରି ନାମ

ସେପରି ଗୁଣ ।

କାମରେ

କେହିନ ଖୁଣନ୍ତି ତାକୁ

ହେଲେ;

ଟିକେ ବୋକି;

ଦେହ କ’ଣ /

ଯୌବନ କ’ଣ /

ପ୍ରେମ / ସମ୍ପର୍କ

ଏ ସବୁ କିଛି ଜାଣେନା...


୭) ବିଜ୍ଞାପନ


ମୋ ଭାଷାରେ

ଏହା ଏକ 'ବିଜ୍ଞାପନ'ଠୁଁ ବହୁତକିଛି...

ହଁ!

ସୁଶିଳା ପାଇଁ

ଆସିଛି ।

ଭାଉଜର ଭାଇର ସାଙ୍ଗ ସେ

ଆଜିକାଲିଆ ଟୋକା

ସିଧାସଳଖ ପ୍ରସ୍ତାବ ଦେଇଛି ।

ସୁଶିଳାର କିଛି ଯାଏଆସେ ନାହିଁ

ଏବେ କିନ୍ତୁ

ନୂଆ ନୂଆ

ଲାଜେଇଲାଣି ।


୮) ଭୁଲ କାହାର?


ସେପଟେ ହଠାତ୍

ବଡ ଭଉଣୀ

ଲେଉଟି ଆସିଛି

ରୁଷି,

ପେଶୀହୋଇ

ଶାଶୁଘରୁ...

ଫେରିବନି

ଜିଦ୍ ଧରିଛି ।

ପାଞ୍ଚବର୍ଷ ହେଲାଣି

ସନ୍ତାନ ନାହିଁ

ହେଲେ ଭୁଲ କାହାର?

ଇଏ ବାଞ୍ଛ ନା’ ସେ

କାପୁରୁଷ!


୯) ରାଜନୀତି


ପ୍ରାରମ୍ଭିଲା

ରାଜୁତି -

ଭାଉଜର ।

କଥା କଥାରେ

କାନ୍ଦବୋବା

ଜାଣିଜାଣି ରୁଷେ,

କଳିକରେ,

ମା ସହ, ଭାଇ ସହ

ନିଜେ ନିଜେ ଖାଇନିଏ

ନିଜେ ରୋଷେଇକରି;

ଆଉ ଦିନସାରା ପ୍ରଚାରଚାଲେ

ରାଜନୀତି

ମୋବାଇଲରେ ।


୧୦) ପୁରୁଣା ନୂଆ ରୂପରେ


ଖାଲି ଖୋଳୋପାଟା

ବଦଳିଛି,

ଆଉ କିଛି ନୁହଁ...

ସବୁ ସେହି

ଏକା ଠିକଣା

ସଭିଏଁ ସେଠି

ମିଛ ମାୟା

ହାଟନାଟେ

କଥାକଥାରେ

ହୋହଲ୍ଲା

ରାଗରୁଷା

ପ୍ରେମର ଅଭାବୀ

ସବୁ...

ଆଉ କେହି

ସ୍ଵପ୍ନର ବୁଢିଆଣୀ

ବାରମ୍ବାର ବୁଣିଚାଲେ

ଜାଲ ତା’ର

ପୁରୁଣା ସବୁ ନୂଆ ରୂପରେ ॥


Rate this content
Log in

Similar oriya poem from Classics