ସୁଖେ ବିଭୁନାମ ଘୋଷ
ସୁଖେ ବିଭୁନାମ ଘୋଷ
ତୋ ପାଇଁକି ମୋର ଏ ନୃସିଂହ ରୂପ
ଡରି ଯାଆନାରେ ଧନ ,
ସବୁ ସଙ୍କଟରୁ ତୋତେ ଯେ ରଖିଛି
ମୁହିଁ ସେହି ଭଗବାନ ।
ସକଳ ସୃଷ୍ଟିର ଆଧାର ପରା ମୁଁ
କରେ ପାଳନ ସଂହାର ,
ଧର୍ମ ରକ୍ଷା ଲାଗି ଯୁଗେ ଯୁଗେ ଧରେ
ନାନା ରୂପେ ଅବତାର ।
ତୋତେ ଯା' ବିପଦ ପଡ଼ିଲାରେ ସୁନା
ମୋତେ ହେଲା ଭାରି ବାଧା ,
ସେଥିପାଇଁ ମୁହିଁ ଏହି ରୂପ ଧରି
ସ୍ତମ୍ଭରୁ ଆସିଲି ସିଧା ।
ଅଧା ନର ଅଧା ସିଂହ ରୂପ ହୋଇ
ତୋ ରିପୁ କରିଲି ନାଶ ,
ଶାନ୍ତ ପଡ଼ିଯାଆ ପ୍ରହ୍ଲାଦରେ ଏବେ
ସୁଖେ ବିଭୁ ନାମ ଘୋଷ ।