Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Children Drama Inspirational

5.0  

ବି. ନିରୁପମା

Children Drama Inspirational

ଆଉ-ହେବନି କଷ୍ଟ

ଆଉ-ହେବନି କଷ୍ଟ

1 min
389



ଆସ ଆସ ପାରା ଗୁଡ଼ିକ 

ମୋର-ପାଖରେ ବସ ,

ଖାଇବାକୁ ଦେବି ତୁମକୁ 

ମୁହିଁ-ଆଣିଛି ଶସ୍ୟ ।


ଶରଧାରେ ଦେବି ଆଉଁଶି 

ଧରି-ନେବିନି ଜମା,

ତୁମ ସାଥେ ମିତ ବସିବି 

ଡରି-କରନା ମନା ।


ବାପାଙ୍କୁ କହି ମୁଁ ତୁମରି

ଲାଗି-ତୋଳିଛି ଘର ,

ମାଆ ବି କହିଛି ସୁରକ୍ଷା

ଏଠି-ହେବ ତୁମର ।


ଘୁମୁ ଘୁମୁ ଗୀତ ବୋଲିଲେ

ଆମେ-ଶୁଣିବୁ ମିଶି,

କୁନିଛୁଆ ଖଣ୍ଡିଉଡ଼ାଟି

ଦେଖି-ହୋଇବୁ ଖୁସି ।


ତୁମ ନାଚ କୁଦ ଆନନ୍ଦ

ଦେଖି-ପଢ଼ିବି ପାଠ ,

ସମୟଟି ଯିବ ସଅଳ

ଆଉ-ହେବନି କଷ୍ଟ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Children