STORYMIRROR

Kabiratna Nutan Kumar Behera

Abstract Drama Classics

4  

Kabiratna Nutan Kumar Behera

Abstract Drama Classics

ସତସଙ୍ଗ

ସତସଙ୍ଗ

1 min
248

 


ଅସାର ଭବସାଗରେ ଲୋଭ ପାପ ମାୟା ମୋହେ    

   ପାର୍ଥିବ ଜୀବନେ ଆସେ ନାନା ସଂକଟ,

ଦୁଃଖକଷ୍ଟ ଭୋଗୀ ନର ଅସହାୟ ହୋଇ ତା'ର  

    ପାଏନା ସହଜେ ଖୋଜି ଜୀବନ ବାଟ,

        ବିକଳେ କରେ ଆର୍ତ୍ତନାଦ

     ମନରୁ ହରାଇ ସୁଖ ଶାନ୍ତି ଆନନ୍ଦ।

ପାଇବାକୁ ତୃପ୍ତି ମୁକ୍ତି    ଖୋଜିବୁଲେ ଆତ୍ମଶକ୍ତି  

    କି ଉପାୟରେ ପାଇବ ସିଏ ନିସ୍ତାର ?


ସାଧୁସନ୍ଥ ଗୁରୁ ପାଶେ ଦୀକ୍ଷା ନିଅଇ ଯେବେ ସେ   

     ସତସଙ୍ଗ କରି ପାଏ ଜ୍ଞାନ ଅପାର,

       ଖୋଜି ପାଇ ମୁକତି ପଥ

    ପୂର୍ଣ୍ଣ କରିଥାଏ ସିଏ ତା' ମନୋରଥ।   

ସ୍ବଧ୍ୟାୟେ ଚିନ୍ତି ପରମ    କରଇ ପୁଣ୍ୟ କରମ    

      ପଢି ଶାସ୍ତ୍ର ପୁରାଣ ଶୁଣି ପ୍ରବଚନ,

ଜାଗ ଯଜ୍ଞ ବାର ବ୍ରତ  କରେ ଉପାସନା ନିତ୍ୟ

     ସଂଯମରେ ରହି ଗଢେ ତା'ର ଜୀବନ,

         ସତସଙ୍ଗ ମୂଳ ମନ୍ତର

     ମନେ ପ୍ରାଣେ ଜପୁଥାଏ ସେ ନିରନ୍ତର।


ସେବା ତ୍ୟାଗ ଦାନ ଧର୍ମ   ବୁଝି ହୃଦୟର ମର୍ମ   

    ନିଷ୍କାମ ଭକ୍ତିରେ ରହେ ଜଗତ ହିତେ,

ଦୟା କ୍ଷମା ମୈତ୍ରୀ ପ୍ରୀତି ଗୁଣେ ଭରି ତାର ମତି

   କଲ୍ୟାଣ ମନାସେ ନିତି ତା' ବାର ବ୍ରତେ।

       ଗୁଣୀ ଜ୍ଞାନୀ ଜନରେ ସାଙ୍ଗ

    ପବିତ୍ର ମନର ଭାବ ଯେ ସତସଙ୍ଗ।


ସତସଙ୍ଗରେ ସଂସ୍କାର     ଆତ୍ମଶୁଦ୍ଧି ମନ ସ୍ଥିର  

   ହୁଏ ଯା'ର ପାଏ ସିଏ ତା' ପୁଣ୍ୟଫଳ,

ଇହଧାମେ ସୁଖେ ରହି  ପରଧାମେ ଗଲେ ଗୃହି

   ବୈକୁଣ୍ଠରେ ପାଏ ସ୍ଥାନ ସେ ଚିରକାଳ,

        ମାନବ ଜୀବନ ସଫଳ

    ଜୀବୋନ୍ମୁକ୍ତ ହୋଇ ଦୂର କରେ ଜଞ୍ଜାଳ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract