STORYMIRROR

Raja baruni basukalpa Paikray

Inspirational

4  

Raja baruni basukalpa Paikray

Inspirational

ଚିର ପ୍ରଫୁଲ ମଉଡମଣୀ

ଚିର ପ୍ରଫୁଲ ମଉଡମଣୀ

1 min
374


ହେ ଚିର ଵନ୍ଦନୀୟ ଆହେ-ମହାତ୍ମା

ଚିର ଵନ୍ଦନୀୟ ତୁମରି ଗାଥା

ସୁକିନ୍ଦା ମାଟିର ତୁମେ ଵିଶ୍ୱକର୍ମା

ଯୁଵ ଵୟସ୍କଙ୍କ ଆଦର୍ଶ ନେତା


ଓଡିଶା ମାଟିର ପୂର୍ଵ-ଅର୍ଥମନ୍ତ୍ରି

ଯାଜପୁରର ତୁମେ ଗୌରଵ ଗର୍ଵ

ତୁମ ରାଜକାର୍ଯ୍ୟେ ଆମେଯା ଲଭିଛୁ

ତୁମକୁ ଭୁଲିପାରିଵେନି ଓଡିଆ ଲୋକ


ଵିଜୁ ଵାଵୁଙ୍କ ଆଦର୍ଶକୁ ମାନି

ତାଙ୍କ ସୁପୁତ୍ର ସାଥେ ଗଢିଲ ଵିଜୁ ଜନତା ଦଳ

ତାଙ୍କରି ସ୍ମତିରେ ଗଢିଉଠିଲା କଳିଙ୍ଗନଗର

ଆଜିଵି ସାଖି ସେଇ କଦମ୍ଵ ଫୁଲ


ଇସ୍ପାତ ନଗରି ଗଢାଇଲ ତୁମେ

ତୁମପାଇଁ ଵେକାରି ସମସ୍ୟା ଯାଇଛି ଚାଲି

ଆଜି ଘରେ ଘରେ ତୁମରି ଚର୍ଚା

ତୁମ ଆଦର୍ଶରେ ଆମେ ଯାଉଛୁ ଚାଲି


ସୁକିନ୍ଦା ହେଉକି ହେଉ ଯାଜପୁର

ସଭିଙ୍କ ମୁଖରେ ଗୋଟିଏ କଥା

ଡଃ ପ୍ରଫୁଲ ଘଡାଇ ସୁକିନ୍ଦା ସାରଥି

ଜନମାନସରେ ଆମ ଶ୍ରମିକ ନେତା


ତୁମରି ଆଦର୍ଶେ ତୁମରି ପଥରେ

ପାଦ ଵଢାଇଲେ ତୁମରି ପୁତ୍ର

ସୁକିନ୍ଦା ମାଟିର ମଉଡ ମଣୀ ସେ

ତୁମ ଅଵଦାନ ଭୁଲିପାରିଵେନି ଜନମାନସ


ଚିର ପ୍ରଫୁଲିତ ପ୍ରଫୁଲ ଘଡେଇ

ଜନମାନସରେ ମଉଡମଣୀ

ଯାହାଙ୍କ ଉଦ୍ୟମେ ଵିଶ୍ୱେ କଳିଙ୍ଗନଗରର ନାମ

ଯାହାଙ୍କ ପାଇଁ ହେଲା ସୁନା ସୁକିନ୍ଦା ମହାନ


ଆଜି ତାଙ୍କ ଜନ୍ମଦିନେ ପ୍ରଭୁଙ୍କୁ ଜଣାଣ

କାଳିଆ ପାଖରେ କରେ ମୁଁ ଅଳି

କୁସୁମିତ ହେଉ ଚଲାପଥ ତାଙ୍କ

ପରମାୟୁ ଯାଉ ଶହେରୁ ଵଳି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational