ମୃତ୍ୟୁ ଠୁ ଵି ଭୟଙ୍କର
ମୃତ୍ୟୁ ଠୁ ଵି ଭୟଙ୍କର
ପରାଜୟ ମୃତ୍ୟୁ ଠୁ ବି ଭୟଙ୍କର
କିନ୍ତୁ କିଏସେ ଭାଗ୍ୟଠାରୁ ବିଜୟ ଯେ ପାଇଛି
ନା କେବେ ସେ ଲଭିଛି ଗୁରୁଗ୍ୟାନ
ପ୍ରତି ମୁହୁର୍ତ୍ତରେ ମରି ମରି ବଞ୍ଚିବାର ।
ବାପା କହୁଥିଲେ ବଞ୍ଚିବାକୁ ଖାଅ
କିନ୍ତୁ ମୁଁ ଖାଇବାକୁ ବନ୍ଚିରହିଲି
ଶେଷରେ ସରିଗଲା ଜୀବନରୁ ଆୟୁଷ
ମୁଁ ହଜାଇଦେଲି ଅଭାବରେ ମୋ ଅସ୍ତିତ୍ୱ।
ଆଜି ଛିଡା ହୋଇଛି ରାଜରାସ୍ତାର ଏକ ପାଖେ
ଅପର ପାଖେ ଅପେକ୍ଷାରତ ଶାଗୁଣା ଦଳ
ମୁ ବି ଭୋକିଲା ସେମାନେ ବି
ସମୟ ଏବେ କେବଳ ଭୋଜନର।
ଆସୁଛି ବିଜୟର ଶୋଭାଯାତ୍ରା ମୋ ପଛେପଛେ
ଆଗେ କୋକେଇରେ ମୋର ଜୀର୍ଣ୍ଣ ଶରୀର
ଏଥର ମୁଁ ବୁଝିପାରୁଛି ଏହା ମୋର ମୃତ୍ୟୁ ନୁହେଁ
ଏତ ନ୍ୟାୟିକ ବ୍ୟବସ୍ଥା ବ୍ୟାଭିଚାରି ସମାଜର।