STORYMIRROR

Raja baruni basukalpa Paikray

Drama Tragedy Classics

3  

Raja baruni basukalpa Paikray

Drama Tragedy Classics

ମୃତ୍ୟୁ ଠୁ ଵି ଭୟଙ୍କର

ମୃତ୍ୟୁ ଠୁ ଵି ଭୟଙ୍କର

1 min
210

ପରାଜୟ ମୃତ୍ୟୁ ଠୁ ବି ଭୟଙ୍କର

କିନ୍ତୁ କିଏସେ ଭାଗ୍ୟଠାରୁ ବିଜୟ ଯେ ପାଇଛି

ନା କେବେ ସେ ଲଭିଛି ଗୁରୁଗ୍ୟାନ

ପ୍ରତି ମୁହୁର୍ତ୍ତରେ ମରି ମରି ବଞ୍ଚିବାର ।


ବାପା କହୁଥିଲେ ବଞ୍ଚିବାକୁ ଖାଅ

କିନ୍ତୁ ମୁଁ ଖାଇବାକୁ ବନ୍ଚିରହିଲି

ଶେଷରେ ସରିଗଲା ଜୀବନରୁ ଆୟୁଷ

ମୁଁ ହଜାଇଦେଲି ଅଭାବରେ ମୋ ଅସ୍ତିତ୍ୱ।


ଆଜି ଛିଡା ହୋଇଛି ରାଜରାସ୍ତାର ଏକ ପାଖେ

ଅପର ପାଖେ ଅପେକ୍ଷାରତ ଶାଗୁଣା ଦଳ

ମୁ ବି ଭୋକିଲା ସେମାନେ ବି

ସମୟ ଏବେ କେବଳ ଭୋଜନର।


ଆସୁଛି ବିଜୟର ଶୋଭାଯାତ୍ରା ମୋ ପଛେପଛେ

ଆଗେ କୋକେଇରେ ମୋର ଜୀର୍ଣ୍ଣ ଶରୀର

ଏଥର ମୁଁ ବୁଝିପାରୁଛି ଏହା ମୋର ମୃତ୍ୟୁ ନୁହେଁ

ଏତ ନ୍ୟାୟିକ ବ୍ୟବସ୍ଥା ବ୍ୟାଭିଚାରି ସମାଜର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama