STORYMIRROR

padmaja pati

Drama

4  

padmaja pati

Drama

ଜୀବନ ଐକ୍ୟ

ଜୀବନ ଐକ୍ୟ

1 min
267

ମୋ ହୃଦୟ ମଧ୍ୟେ ଗଢିଥିଲି ଏକ

ସୁନ୍ଦର ଆବାସସ୍ଥଳୀ

ଜୀବନର ସବୁ ଚିଜ କରି ଠୁଳ

କେତେ ରଙ୍ଗେ ସଜାଇଲି ।


ସକଳ ଜୀବଙ୍କ ହୃଦୟ ସ୍ପନ୍ଦନ

ଅନୁଭବ କଲି ତହିଁ

ହୃଦୟଟି ହେଲା ରସାଣିତ ମୋର

ସାଧନାର ପୁଣ୍ୟ ଭୂଇଁ।


ସୃଷ୍ଟି ଗାଏ ଯେଉଁ ସୁମଧୁର ଗାନ

କଲି ତାହା ଅନୁଭବ

ବାଣ୍ଟିଲି ଆନନ୍ଦ ସବୁ ଜୀବ ମଧ୍ୟେ

ନ ଥିଲା ତିଳେ ସମ୍ଭବ।


ବିଷାକ୍ତ ମଦିରା ଭଳି କଲି ପାନ

ଦୁଃଖ,କଷ୍ଟ ଜୀବଙ୍କର

ଜୀବନ ଜଞ୍ଜାଳ ଦୂର ହେଲା ତାଙ୍କ

କେତେ ସରସ, ସୁନ୍ଦର।


ସବୁ ଆବେଗକୁ କରେ ଅନୁଭବ

ଯାହା ଆସେ ମୋର ପାଶେ

ରାଗ,ରୋଷ ଯେତେ ଜାଗି ଉଠି ଅନ୍ୟ

ଜୀବର ହୃଦୟେ ଆସେ।


ମଣିଷ ଯାହାକୁ କରେ ହତ୍ୟା ଅବା

 ରକ୍ଷା କରେ ସ୍ନେହ ବହି

ସମସ୍ତ ଜୀବରେ ଦେଖେ ମୁଁ ନିଜକୁ

ଗଢି ଦେଇଅଛି ବିହି।


ପୁଲକ, ଯନ୍ତ୍ରଣା କରି ଅନୁଭବ

ମେଲି ଦେଇ ଦୁଇ ପକ୍ଷ

 ସାରା ସଂସାରକୁ କରେ ପ୍ରଦକ୍ଷଣ 

ବିଭୁ ଏକା ସାହାପକ୍ଷ।


ଜଗାଏ ପୁଲକ ସ୍ବର୍ଣ୍ଣାଭ ବହ୍ନି 

କୃଷ୍ଣ ଅଗ୍ନି ତ ଯନ୍ତ୍ରଣା

ଅଗ୍ନି ଦୁଇ ନିଏ ଆନନ୍ଦ ପଥରେ

 ଦିଏ ଯେ କେତେ ପ୍ରେରଣା ।


ସେହି ଶିଖା ମୋତେ ନେଇ ଊର୍ଦ୍ଧ୍ଵକୁ

ପହଞ୍ଚାଏ ଦିବ୍ୟ ଧାମେ

ମହାନନ୍ଦେ ଦିବ୍ୟ କୃପା କରି ଲାଭ

ଶାଶ୍ୱତଙ୍କୁ ମୁଁ ପ୍ରଣମେ।


ସାମର୍ଥ୍ୟ, ପ୍ରେମ,ଅମରତ୍ୱ ସହ

ସେଠି ବିପୁଳ ଆନନ୍ଦ

କରେ ଅନୁଭବ ହୃଦୟ ମୋହର

ଲଭେ ସେ ପରମାନନ୍ଦ।


ଆଧ୍ୟାତ୍ମିକତାର ବାତାବରଣରେ

ଅଛି ଗଭୀର ପ୍ରଶାନ୍ତି

ଛୁଇଁ ତ ପାରେନା କଳୁଷ କାଳିମା

ପାଇଛି ଅଶେଷ ଶାନ୍ତି।


କରିଛି ଧାରଣ ଏହି ରହସ୍ୟକୁ

ସମ୍ବେଦନଶୀଳ ଚିର

ଅସୀମଙ୍କ ଲୀଳା ଖେଳା କୁ ଦେଖଇ

ସଭିଙ୍କୁ ଯା ଅଗୋଚର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama