STORYMIRROR

Sunanda Mohanty

Abstract Drama Fantasy

4  

Sunanda Mohanty

Abstract Drama Fantasy

ଫଟୋ ଟା କାହାର

ଫଟୋ ଟା କାହାର

1 min
322


ନିଶ୍ଚୟ ଅନେକ ଦିନ ତଳର

ମୁହଁ ଦିଶେ ବରାବର କିନ୍ତୁ

କଣ ପରିଚୟ ଏ ଫଟୋର?

ହୁଏତ ପ୍ରେମିକ ହୋଇପାରେ କାର

ଅବା ବିବାହ ବେଳର

ନଚେତ ନିଜ ଆଲବମରେ ଫଟୋଟେ କାହାର

କୋଉ ଇସ୍ତାହାର ବଳେ ଅବା କୋଉ ବେଭାର

ତଥାପି ପୁଅ କୋଉ ମାଆ ବାପାଙ୍କର

 ହଜେଇଦେଇ ଫିଙ୍ଗିଦେବା ଅନୁଚିତ ଓ ଅବାନ୍ତର

ପଡିଥାଉ ଶୋଭାପାଉ ନିର୍ଜୀଵ ଅସ୍ତିତ୍ୱ ସ୍ୱାକ୍ଷର

କେମିତି କେହି ତ ନିଶ୍ଚୟ ସମ୍ପର୍କିତ ପରିବାରର

ହୁଏତ ପୃଷ୍ଠପୋଷକତ୍ବ ଅଭାବ ଭିତର ବାହାର

ଯୁଗ୍ମ ହେବାକୁ ଯାଇ ହୋଇଛି ନିଥର

ଅସ୍ତିତ୍ୱ ମାଗିବାକୁ କରୁନି ପ୍ରତିକାର

ନିର୍ଜୀଵ ଫଟୋ କଥା କହେ ବାସ୍ତବତାର

କିନ୍ତୁ ସହଜ ସୁଲଭ ବଦଳେ ଭାରି ନିର୍ବିକାର

ଫଟୋ ମାଗେନା ପରିଚୟ ଅବୟବର

ପଡିଥାଉ ଅନିମନ୍ତ୍ରିତ ଅତିଥି ହୁଏତ କାହାର

ସ୍ମୃତିଟିଏ ଅତୀତ ପୃଷ୍ଠାର

ଅବା ବାସ୍ତବ ଅବାସ୍ତବ ପରିକଳ୍ପନାର

ମୁଠେ ଧୂସର ବାଲି ନିଶିଥ ସୂର୍ଯ୍ୟର

ଅବା ପଳାଶ ଟିଏ କାହା ଆକର୍ଷଣର

ଅପହୃତ ପ୍ରତିବିମ୍ବିତ କେହି ଅନ୍ୟ ବିମ୍ବିସାର

ନିର୍ଜୀଵ ଫଟୋ କଥା ଆଉ ଗାଥା ଅନେକ ରକମର

ନିଶ୍ଚିନ୍ତ ଉଚିତ ସମାନ୍ତର ଦୁଇ ସରଳରେଖାର

ଛେଦକ ହୁଏତ ଗଢ଼ିଛି ଅନୁପୂରକ ଓ ପରିପୂରକ

କୋଣ ଦ୍ବୟ ହୃଦୟେ କାହାର

ନିଶ୍ଚୟ ଅନେକ ଦିନ ତଳର

ମୁହଁ ଦିଶେ ବରାବର କିନ୍ତୁ

କଣ ପରିଚୟ ଏ ଫଟୋର?

ହୁଏତ ପ୍ରେମିକ ହୋଇପାରେ କାର

ଅବା ବିବାହ ବେଳର

ନଚେତ ନିଜ ଆଲବମରେ ଫଟୋଟେ କାହାର

କୋଉ ଇସ୍ତାହାର ବଳେ ଅବା କୋଉ ବେଭାର

ତଥାପି ପୁଅ କୋଉ ମାଆ ବାପାଙ୍କର

ହଜେଇଦେଇ ଫିଙ୍ଗିଦେବା ଅନୁଚିତ ଓ ଅବାନ୍ତର

ପଡିଥାଉ ଶୋଭାପାଉ ନିର୍ଜୀଵ ଅସ୍ତିତ୍ୱ ସ୍ୱାକ୍ଷର

କେମିତି କେହି ତ ନିଶ୍ଚୟ ସମ୍ପର୍କିତ ପରିବାରର

ହୁଏତ ପୃଷ୍ଠପୋଷକତ୍ବ ଅଭାବ ଭିତର ବାହାର

ଯୁଗ୍ମ ହେବାକୁ ଯାଇ ହୋଇଛି ନିଥର

ଅସ୍ତିତ୍ୱ ମାଗିବାକୁ କରୁନି ପ୍ରତିକାର

ନିର୍ଜୀଵ ଫଟୋ କଥା କହେ ବାସ୍ତବତାର

କିନ୍ତୁ ସହଜ ସୁଲଭ ବଦଳେ ଭାରି ନିର୍ବିକାର

ଫଟୋ ମାଗେନା ପରିଚୟ ଅବୟବର

ପଡିଥାଉ ଅନିମନ୍ତ୍ରିତ ଅତିଥି ହୁଏତ କାହାର

ସ୍ମୃତିଟିଏ ଅତୀତ ପୃଷ୍ଠାର

ଅବା ବାସ୍ତବ ଅବାସ୍ତବ ପରିକଳ୍ପନାର

ମୁଠେ ଧୂସର ବାଲି ନିଶିଥ ସୂର୍ଯ୍ୟର

ଅବା ପଳାଶ ଟିଏ କାହା ଆକର୍ଷଣର

ଅପହୃତ ପ୍ରତିବିମ୍ବିତ କେହି ଅନ୍ୟ ବିମ୍ବିସାର

ନିର୍ଜୀଵ ଫଟୋ କଥା ଆଉ ଗାଥା ଅନେକ ରକମର

ନିଶ୍ଚିନ୍ତ ଉଚିତ ସମାନ୍ତର ଦୁଇ ସରଳରେଖାର

ଛେଦକ ହୁଏତ ଗଢ଼ିଛି ଅନୁପୂରକ ଓ ପରିପୂରକ

କୋଣ ଦ୍ବୟ ହୃଦୟେ କାହାର

ଫଟୋ ନିଶ୍ଚୟ ନିଶ୍ଚିନ୍ତ ସ୍ବପ୍ନ ମାନସୀ କନ୍ୟାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract