Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama Action Others

4  

ବି. ନିରୁପମା

Drama Action Others

ଏବେ ଯା' କରିବୁ କିସ

ଏବେ ଯା' କରିବୁ କିସ

1 min
383



ରହ ବେଣିଟାକୁ ବାନ୍ଧିଦିଏ ତୋର

ତା'ପରେ ତୋଳିବୁ ଫୁଲ,

ସୁପ୍ରଭା ନେଉଛି ପଚାରିକି କିଛି

ପୂଜା ପାଇଁ ଭାରି ଭଲ ।


ସୁକନ୍ୟା ଖେଳୁଛି ଛେଳି ଛୁଆ ସଙ୍ଗେ

ବୁଢୀମା ବାଛନ୍ତି ଶାଗ,

ସବିତା, ସରିତା ଜଳକୁମ୍ଭ ଘେନି

ଚାଲୁଛନ୍ତି ଡଗଡଗ ।


ସିଆଡେ ମୁଁ ଭାତ ବସେଇ ଦେଇଛି

ଫୁଟି ବାସିଲାଣି ପରା,

ଗଲେ ଡାଲିଟାରେ ଛୁଙ୍କ ଦେବି ଆଗେ

ଖାଇ ପଢ଼ିଯିବ ତାରା ।


ଉପର ଓଳିକି ଆଉ ଗୋଟା କେତେ

ଫୁଲଗଛ ଦେବା ପୋତି,

ପାଣି ଦେଇ ତା'ର ଯତ୍ନ ନେଲେ ପରେ

ଫୁଟିବ ଜାତିକିଜାତି ।


ତେଲ ଲଗାଇକି ବେଣି ବାନ୍ଧିଦେଲି

ଏବେ ଯା' କରିବୁ କିସ,

ମୁଁ ଯାଉଛି ତେଣେ କେତେ କାମ ଅଛି

ଏଇଟା ପଉଷ ମାସ ।


Rate this content
Log in

Similar oriya poem from Drama