STORYMIRROR

Sarmistha Palai

Drama

4  

Sarmistha Palai

Drama

ଭଦ୍ରାର୍ଜୁନ

ଭଦ୍ରାର୍ଜୁନ

1 min
356


ଅର୍ଜୁନଙ୍କୁ ସାଥେ ଧରି ଚଳିଲେ ଶ୍ରୀକୃଷ୍ଣ

ମନେ ଚିନ୍ତା କରି ଭଦ୍ରାର୍ଜୁନଙ୍କ ମିଳନ।


ସୁଭଦ୍ରାଙ୍କ ପାଇଁ ସ୍ଥିର କରି ଦୁର୍ଯ୍ୟୋଧନ

ବଳଭଦ୍ର ଚିନ୍ତିଥିଲେ ବିବାହ ସମ୍ପନ୍ନ।


ହେଲେ ବାସୁଦେବ କଲେ ଓଲଟା ଭିଆଣ

ଅର୍ଜୁନଙ୍କୁ ଭଦ୍ରା ପାଇଁ କରିଲେ ଚୟନ।


ଭ୍ରାତା ହୋଇ ଭାଗିନୀକୁ ପଥଭ୍ରଷ୍ଟ କଲେ

ଅର୍ଜୁନଙ୍କ ଗୁଣ କୀର୍ତ୍ତି ବଖାଣ ଯେ କଲେ।


ହୃଦୟରେ ଆକର୍ଷଣ ହୋଇଲା ଭଦ୍ରାର

ଅର୍ଜୁନଙ୍କୁ ସଜାଇଲା ତା' ରାଜ କୁମାର।


ମନ ପ୍ରାଣ ବିକିଦେଲା ଅର୍ଜୁନଙ୍କୁ ଭଦ୍ରା

ପ୍ରେମର ସେ ପ୍ରୀତି ରସେ ହୋଇଲା ସେ ବନ୍ଧା।


ବଡ଼ ଭାଇ ଅନିଚ୍ଛାରେ ବିବାହ ହୋଇଲା

ଶ୍ରୀକୃଷ୍ଣଙ୍କ ଚକ୍ରାନ୍ତ ଯେ ଫଳପ୍ରଦ ହେଲା।


ମହାଭାରତରେ ଅଭିମନ୍ୟୁର ମୃତ୍ୟୁ ପାଇଁ

ଶ୍ରୀକୃଷ୍ଣ ଅଟନ୍ତି ଦୋଷୀ ଭାଇ ଆଗେ କହି।


ଅର୍ଜୁନଙ୍କୁ ଯୁଦ୍ଧ ପାଇଁ ବାସୁଦେବ ନେଲେ

ଚକ୍ରବ୍ୟୁହ ଭେଦ ଜାଣି ଏମିତି କରିଲେ।


ଅଭିମନ୍ୟୁ ତାତ ଯଦି ଥାନ୍ତେ ତା'ର ସାଥେ

ପୁତ୍ର ନ ମରିଥାନ୍ତା କୌରବଙ୍କ ହାତେ।


ମୋ' ପୁତ୍ର ମରଣ ପାଇଁ ଶ୍ରୀକୃଷ୍ଣ ତ ଦାୟୀ

ନ୍ୟାୟ ମାଗୁଅଛି ଦିଅ ଆହେ ବଡ଼ ଭାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama