ଜହ୍ନର ଜନ୍ମଦିନ
ଜହ୍ନର ଜନ୍ମଦିନ
ମାସକେ ପନ୍ଦର ଦିନ ଜନ୍ମଦିନ
ସଙ୍ଗେ ତାରା ଜହ୍ନ ମନ ଉଚ୍ଛନ
ଆଉ ବାକି ଯୋଉ ପନ୍ଦର ଦିନ
କୁଆଡେ ଯାଉ ତୁ ଜହ୍ନ
ଅଳସୀ ଆଖିରେ ପେଜୁଆ ଚାହାଣୀ
ଖୋଜୁଥାଏ ଜହ୍ନ ଲେଖିବାକୁ କାହାଣୀ
ତାରା ମାନଙ୍କୁ ସଙ୍ଗରେ ଧରି
ଖେଳିବାକୁ ଯାଉ ଅନ୍ଧାରେ ହୋରି
ଆସୁନି ଆଖିରେ ନିଦେ ସପନ
ଜହ୍ନ ଖୋଜି ଖୋଜି ଅଭିଧାନେ ମଗନ
କୁଆଡେ ଯାଇଛୁ ମାଣିକ ଧନ
ଝୁରୁଛି ତତେ ସଭିଙ୍କ ମନ
ଅନ୍ଧାର ପକ୍ଷରେ ସମୁଦ୍ର ଭିତରେ
କରୁ ମନ୍ଥନ କରାଇ ରୋଦନ
ମା ଖୋଜୁଛି କାହିଁ ମୋ ଜହ୍ନ
ପଡିବ ଖସି ଉଇଁବ ଆସି
ଆକାଶ ଦିଶିବ ଭିର୍ନ୍ନ ଅଭିର୍ନ୍ନ
ଚୋରାଇ ନେଇକି ସବୁରି ମନ
ଯାଆନା ରୁଷି ପଡରେ ଖସି ତୁ ଜହ୍ନ
ତୋବିନା ଲାଗୁନି କାହିଁରେ ମନ
ଚକାଆଖି କଳାଧନ ପାଶେ ଗଲୁ କି ଧନ
ଦୁଇପକ୍ଷ ଦେଖି ଅନ୍ଧାରେ ଦେଖୁଛୁ କଳାବଦନ
ଆକାଶେ ଦିଶୁନି ତୋ ଚି଼ହ୍ନ ବର୍ଣ୍ଣ
ଆ ଫେରି ତୋ ବିନା ସରେନା ରାତି ଦିନ
ମେଘ ଘୋଡଣୀ ବଉଦ ରାଣୀ
କଲା କି ମନ୍ତର କୁହୁକ କେଜାଣି
ଆମାବାସ୍ୟାରେ ଦିସୁନୁ ରାତିର ସୁନା ବଦନ
ଜହ୍ନ ବିନା ରାତି ମନେ ଆଣେ ଭିତି ପନ୍ଦରଦିନ
ତୁ ଥା ଏମିତି ନହେଉ ପକ୍ଷ ହୁଅନା ରୁକ୍ଷ ତୁ ଜହ୍ନ ।
