STORYMIRROR

Sunanda Mohanty

Drama Action Others

4  

Sunanda Mohanty

Drama Action Others

ଜହ୍ନର ଜନ୍ମଦିନ

ଜହ୍ନର ଜନ୍ମଦିନ

1 min
354


ମାସକେ ପନ୍ଦର ଦିନ ଜନ୍ମଦିନ

ସଙ୍ଗେ ତାରା ଜହ୍ନ ମନ ଉଚ୍ଛନ

ଆଉ ବାକି ଯୋଉ ପନ୍ଦର ଦିନ

କୁଆଡେ ଯାଉ ତୁ ଜହ୍ନ

ଅଳସୀ ଆଖିରେ ପେଜୁଆ ଚାହାଣୀ

ଖୋଜୁଥାଏ ଜହ୍ନ ଲେଖିବାକୁ କାହାଣୀ

ତାରା ମାନଙ୍କୁ ସଙ୍ଗରେ ଧରି

ଖେଳିବାକୁ ଯାଉ ଅନ୍ଧାରେ ହୋରି

ଆସୁନି ଆଖିରେ ନିଦେ ସପନ

ଜହ୍ନ ଖୋଜି ଖୋଜି ଅଭିଧାନେ ମଗନ

କୁଆଡେ ଯାଇଛୁ ମାଣିକ ଧନ

ଝୁରୁଛି ତତେ ସଭିଙ୍କ ମନ

ଅନ୍ଧାର ପକ୍ଷରେ ସମୁଦ୍ର ଭିତରେ

କରୁ ମନ୍ଥନ କରାଇ ରୋଦନ

ମା ଖୋଜୁଛି କାହିଁ ମୋ ଜହ୍ନ

ପଡିବ ଖସି ଉଇଁବ ଆସି

ଆକାଶ ଦିଶିବ ଭିର୍ନ୍ନ ଅଭିର୍ନ୍ନ

ଚୋରାଇ ନେଇକି ସବୁରି ମନ

ଯାଆନା ରୁଷି ପଡରେ ଖସି ତୁ ଜହ୍ନ

ତୋବିନା ଲାଗୁନି କାହିଁରେ ମନ

ଚକାଆଖି କଳାଧନ ପାଶେ ଗଲୁ କି ଧନ

ଦୁଇପକ୍ଷ ଦେଖି ଅନ୍ଧାରେ ଦେଖୁଛୁ କଳାବଦନ

ଆକାଶେ ଦିଶୁନି ତୋ ଚି଼ହ୍ନ ବର୍ଣ୍ଣ

ଆ ଫେରି ତୋ ବିନା ସରେନା ରାତି ଦିନ

ମେଘ ଘୋଡଣୀ ବଉଦ ରାଣୀ

କଲା କି ମନ୍ତର କୁହୁକ କେଜାଣି

ଆମାବାସ୍ୟାରେ ଦିସୁନୁ ରାତିର ସୁନା ବଦନ

ଜହ୍ନ ବିନା ରାତି ମନେ ଆଣେ ଭିତି ପନ୍ଦରଦିନ

ତୁ ଥା ଏମିତି ନହେଉ ପକ୍ଷ ହୁଅନା ରୁକ୍ଷ ତୁ ଜହ୍ନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama