STORYMIRROR

Swatishree Pandit

Drama Fantasy Inspirational

4  

Swatishree Pandit

Drama Fantasy Inspirational

ସପନ

ସପନ

1 min
369

ଶୟନେ ଜାଗରଣେ ଦେଖଇ ମୁଁ ସପନ

ତୁମକୁ ହିଁ ଖୋଜେ ଏ ନୟନ

ଅସୁମାରୀ ସପନ ର ଏ ମନ

ଅଟ୍ଟହାସ୍ୟ କରୁଛି ଆଜି ଆତ୍ମସମ୍ମାନ 

ଶୟନେ ଜାଗରଣେ(୧)


ପ୍ରେମ ର ପରଜାପତି 

ଉଡେ ଚାରିପାଖେ ମୋ ନିତି

ଅନ୍ତହୀନ ଅସୀମ ଦୁର ଦିଗନ୍ତ ରେ

ନଭ କୁ ଛୁଇଁବା ଆଶା ନେଇ ରେ

ଶୟନେ ଜାଗରଣେ(୨)


ସପନ ର ଆହୁଲା ରେ

ଜୀବନ ର ନୈକା ରେ

ସଜାଇଲ ତୁମେ ମୋତେ ନାବିକ

ଭରିଲ ମନ ରେ ମୋର ପ୍ରେମ ର କୁହୁକ

ଶୟନେ ଜାଗରଣେ (୩)


ଆସୁ ପଛେ ଯେତେ ଝଡ଼

ଦେବ ନି ଭାଙ୍ଗି ଆମ ସପନ ର ନୀଡ

ସଂପର୍କ ର ସ୍ଵାର୍ଥ ଭିଡ଼ ଭିତ ରେ

ଜୀବନ ର ସଂଘର୍ଷ ର ମୋଡ଼ ରେ

ଶୟନେ ଜାଗରଣେ(୪)


ସପନ ର ସବାରି ସଜାଇଛି

ମିଛ ମେଳଣ ଲାଗିଛି

ଇଚ୍ଛା ରେ ମୋ ଲଗାଇଛି ଲଗାମ

ନୁହେଁ ମୁଁ କାହାର ଗୋଲାମ

ଶୟନେ ଜାଗରଣେ (୫)



Rate this content
Log in

Similar oriya poem from Drama