STORYMIRROR

Kabiratna Nutan Kumar Behera

Drama Action Classics

4  

Kabiratna Nutan Kumar Behera

Drama Action Classics

ହେ କରୁଣାକର କୃପାସିନ୍ଧୁ

ହେ କରୁଣାକର କୃପାସିନ୍ଧୁ

1 min
249

ହେ କରୁଣାକର କୃପାସିନ୍ଧୁ

         ତୁମେ ସାରା ସଂସାରର ବନ୍ଧୁ,

ତୁମେ ମହାମେରୁ ମହାବାହୁ

        ତୁମେ ବିନା ଡାକିବି କାହାକୁ ।


ଏ ଦୁନିଆଁ ତୁମେ ସୃଷ୍ଟି କରି

          ରଖିଛ ତୁମ ହାତରେ ଧରି,

ବିପଦେ ଆପଦରେ ଉଦ୍ଧାରି 

           ଅଧରରେ ଦିଅ ହସି ଭରି।


ତୁମେ ଜଗତେ ବଡ଼ଠାକୁର

          ଆଦି ଅନ୍ତ ନାହିଁ ଯେ ତୁମର,

ତୁମେ ଦୟାମୟ ହରିହର

        ତୁମ ଇଙ୍ଗିତେ ଚାଲେ ସଂସାର ।


ତୁମେ ଜୀବର ଜୀବନ ଡ଼ୋର

          ଧରି ରଖିଛ ହାତେ ତୁମର,

ତୁମ ଶରଣେ ସଚରାଚର,

           ତୁମ ଆଶିଷ ଅମୃତ ଝର।


ତୁମ ପାଶେ ଏତିକି ଗୁହାରି

       ଜୀବନେ କେବେ ଯିବିନି ହାରି,

ମନେ ପ୍ରାଣେ ଦିଅ ଜ୍ଞାନ ଭରି

          ସେବାରେ ରହିଥିବି ସବୁରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama