ହେ କରୁଣାକର କୃପାସିନ୍ଧୁ
ହେ କରୁଣାକର କୃପାସିନ୍ଧୁ
ହେ କରୁଣାକର କୃପାସିନ୍ଧୁ
ତୁମେ ସାରା ସଂସାରର ବନ୍ଧୁ,
ତୁମେ ମହାମେରୁ ମହାବାହୁ
ତୁମେ ବିନା ଡାକିବି କାହାକୁ ।
ଏ ଦୁନିଆଁ ତୁମେ ସୃଷ୍ଟି କରି
ରଖିଛ ତୁମ ହାତରେ ଧରି,
ବିପଦେ ଆପଦରେ ଉଦ୍ଧାରି
ଅଧରରେ ଦିଅ ହସି ଭରି।
ତୁମେ ଜଗତେ ବଡ଼ଠାକୁର
ଆଦି ଅନ୍ତ ନାହିଁ ଯେ ତୁମର,
ତୁମେ ଦୟାମୟ ହରିହର
ତୁମ ଇଙ୍ଗିତେ ଚାଲେ ସଂସାର ।
ତୁମେ ଜୀବର ଜୀବନ ଡ଼ୋର
ଧରି ରଖିଛ ହାତେ ତୁମର,
ତୁମ ଶରଣେ ସଚରାଚର,
ତୁମ ଆଶିଷ ଅମୃତ ଝର।
ତୁମ ପାଶେ ଏତିକି ଗୁହାରି
ଜୀବନେ କେବେ ଯିବିନି ହାରି,
ମନେ ପ୍ରାଣେ ଦିଅ ଜ୍ଞାନ ଭରି
ସେବାରେ ରହିଥିବି ସବୁରି।