STORYMIRROR

Kalpana Satpathy

Drama Classics

4  

Kalpana Satpathy

Drama Classics

ସେ ଘରର ରହସ୍ୟ

ସେ ଘରର ରହସ୍ୟ

1 min
269

ସାରା ସଂସାରଟା ରହସ୍ୟରେ ପୂର୍ଣ୍ଣ

କିଏ ବା ଜାଣିବ ତା ଗହନ

ପ୍ରତି ମଣିଷର ରହସ୍ୟ ଯେ ଅଛି

ନ ଜାଣନ୍ତି ଭଗବାନ

ନର ମାୟା ପରା ନାରାୟଣେ ଅଗୋଚର

ନିଷ୍ଠୁର ମଣିଷ ଜାଣିତ ପାରୁନି 

ଏ ତ କୋଟି ଜନମର ଫଳ

ଘରଟିଏ ଥିଲା ବୈକୁଣ୍ଠପୁର

ରହିଥିଲେ ଏକ ପରିବାର

ଅଦିନିଆ ଝଡ଼ ଆସି ପହଞ୍ଚିଲା

ଜାଣି ପାରିଲେନି ଏ କୂଟନୀତି

କିଏ କରିଛି ଆମର

ପୁଅ ଚାଲିଗଲା ବିଦେଶକୁ ଦିନେ

ତା ସାଙ୍ଗସାଥି ମେଳେ

ଘର ନ ବାହୁଡ଼ି ରହିଗଲା ସେଠି

ମାଆ କୁ କିଏ ସମ୍ଭାଳେ  

ମାଆ କାନ୍ଦି କାନ୍ଦି ଶଯ୍ୟାଶାୟୀ ହେଲା

ବାପା କି କରିବେ ଏକା

ବୁଦ୍ଧି ବଣା ହେଲା ସମୟ ବି ଗଲା

ମନ ପଡ଼ିଗଲା ଫିକା

ହଠାତ୍ ଅତିଥି ପହଞ୍ଚିଲେ ଆସି

ଏ ଘରେ କିଏ କି ଅଛ

ଶୁନ୍ ଶାନ୍ ଘର କାହିଁକି ଦିଶୁଛି

ମୋ ପାଖକୁ କିଏ ଆସ

କି ଅବା ଘଟିଛି ତୁମ ଭାଗ୍ୟେ ଆଜି

ମୁହଁ ଦିଶୁଛି ମଳିନ

କହ ଖୋଲିକରି ମୋର ଆଗେ ସବୁ

ମୁଁ ବୁଝିବି ତୁମ୍ଭର ମନ

ଥିରିଥିରି ଆସି ମାଆ ସାଆନ୍ତାଣୀ

ଅତିଥି ମାଇନ ହେଲା

ତା ଭାଗ୍ୟେ ଯାହା ଘଟିଥିଲା

ସବୁତ ବଖାଣି ଦେଲା

ପୁଅ ମୋର ଆଉ ଜୀବନରେ ନାହିଁ 

ସଭିଙ୍କ ମୁହଁରେ ଗୋଟିଏ କଥା

ମୋ ମନ ଯମା ବୁଝୁନାହିଁ

ତୁମେ ମୋତେ କୁହ ସେ ବାରତା

ଘର ବୁଲିଗଲେ ସବୁତ ଜାଣିଲେ

ଅତିଥି ଭାଇ ଜଣଙ୍କ

ଦୁଃଖ କରନାହିଁ କହିତ ଦେବି ମୁଁ

ଘରେ ହିଁ ରହସ୍ୟ ଅଛି

କି ରହସ୍ୟ ଆମେ ଜାଣି ତ ପାରୁନୁ

କହିଦିଅ ଗୋସେଇଁ

ମନରେ ବହୁତ ପାପ ତ ଆସୁଛି

ସାହା ମୋ ଜଗତସାଇଁ

ଅତିଥି କହିଲେ ତୋ ଘର ମଧ୍ୟେ 

ଅଛି ତ ମଶାଣି ପାଉଁଶ

ତାକୁ ତୁ କଢ଼ିଲେ ପୁଅ ଆସିଯିବ

କେହି ତ ଜାଣିବେ ନାହିଁ

ଚିହ୍ନ ଦେଇଦେଲେ ବାରଣ୍ଡା ଦେହରେ

ଅତିଥି ଜଣଙ୍କ ପୁଣି

ଏହା କିଶ ଶୁଣି ମନେ ଶଙ୍କା ଲାଗେ

ବିସ୍ମିତ ହୋଇଲେ ଶୁଣି

ଗଦା ବାରଣ୍ଡାକୁ ଭଙ୍ଗା ହେଲା ପୁଣି

ଖୋଳିବାକୁ ଲାଗିଗଲେ ଅନେକ ବଙ୍ଗାଳୀ

ସବୁ ଖୋଜାଗଲା ଦିଶିଲା ଏକ ମାଠିଆ

ବେଢ଼ି ହୋଇ ରହିଥିଲା ନାଲି କପଡା

ତା ମଧ୍ୟରେ ଥିଲା ଏକ ଗୋଟି ଥଳି 

ଥଳି ମଧ୍ୟରେ ରହିଥିଲା ମଶାଣିର ଧୂଳି

ଏତେ ଯେ ରହସ୍ୟ ଅଛି ଏ ଘରର 

ଏକଥା ମନେ ଅବା କିଏ ଯେ ଭାବିବ

ଭାଇଟିଏ ଭାଇ ପାଇଁ ଭଗାରି ଯେ ହେବ

ପୂଜାପୂଜି କରାଗଲା ପୁରୋହିତ ଡ଼ାକି

ଦଶ ବରଷରେ ପୁଅ ଫେରିଲା ଝଟତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama