Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Drama Classics Inspirational

3  

Papu parida

Drama Classics Inspirational

ସଫଳତା ସେ କେଉଁ ପକ୍ଷୀର ନାମ

ସଫଳତା ସେ କେଉଁ ପକ୍ଷୀର ନାମ

1 min
187


ସଫଳତା 

ସେ କେଉଁ ପକ୍ଷୀର ନାମ

ସେଇ ନା ? 

ଯିଏ ବିଫଳତା ରୂପୀ ଝଡ ବତାସରେ

ଭାଙ୍ଗି ପଡିବା ପରେ ମଧ୍ୟ 

ପୁଣି ଉଠି ନବନିର୍ମାଣର

ଆହ୍ୱାନ ଦିଏ।


ସଫଳତା 

ସେ କେଉଁ ଜଳବିନ୍ଦୁ ନାମ

ସେଇ ନା ?

ଯିଏ ବିଫଳତା ରୂପୀ ନିଦାଘ ଝାଞ୍ଜିରେ

ଗ୍ରାସିତ ଧରାକୁ

ଶିତଳ ଛୁଆଁରେ

ତୃପ୍ତ କରିଦିଏ ।


ସଫଳତା 

ସେ କେଉଁ ଅବିରର ନାମ

ସେଇ ନା ?

ଯିଏ ବିଫଳତା ରୂପୀ ବେରଙ୍ଗ ଜୀବନରେ

ସାତରଙ୍ଗୀ ବଣ୍ଣାଳୀରେ

ରଙ୍ଗେଇ ଦିଏ।


ସଫଳତା

ସେ କେଉଁ କିରଣ ନାମ

ସେଇ ନା ?

ଯିଏ ବିଫଳତା ରୂପୀ ରାତ୍ରିର ଅନ୍ଧାରକୁ

ହରାଇ ସୃଷ୍ଟିକୁ

ଆଲୋକିତ କରିଦିଏ।


ସଫଳତା 

ସେ କେଉଁ ସନ୍ତୋଷର ନାମ

ସେଇ ନା ?

ଯିଏ ବିଫଳତା ରୂପୀ ବିଚଳିତ ମନକୁ

ସନ୍ତୁଷ୍ଟ କରି

ସନ୍ତୁଳିତ କରିଦିଏ।



Rate this content
Log in

Similar oriya poem from Drama