Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Drama Classics Inspirational

3  

Papu parida

Drama Classics Inspirational

ବିରାଟ ସାମ୍ରାଜ୍ୟର ଭିକ୍ଷୁକ

ବିରାଟ ସାମ୍ରାଜ୍ୟର ଭିକ୍ଷୁକ

1 min
178


ବିରାଟ ସାମ୍ରାଜ୍ୟର

 ଭିକ୍ଷୁକ ଅପେକ୍ଷା 

ଛୋଟିଆ ଗ୍ରାମର କୃଷକ

 ହେବା ପସନ୍ଦ କରନ୍ତୁ ।


ମୁର୍ଖଙ୍କ ଗ୍ରହଣେ 

ମିଛ ସମ୍ମାନିତ ହେବା ଅପେକ୍ଷା 

ବିଜ୍ଞ ମଣ୍ଡଳୀରେ 

 ଅପମାନିତ ହେବାକୁ 

ପସନ୍ଦ କରନ୍ତୁ ।


ଅନ୍ଧାର ଗୁମ୍ଫାର 

ଭେକ ରାଜା ହେବା ଅପେକ୍ଷା 

ଖୋଲା ଆକାଶରେ 

ସାଧାରଣ ବିହଙ୍ଗଟେ 

ହେବାକୁ ପସନ୍ଦ କରନ୍ତୁ ।


ନିର୍ଜନ ଗଳିରେ ଷଣ୍ଢ ହୋଇ 

ବିରତ୍ୱ ଦେଖେଇବା ଅପେକ୍ଷା

 ଘଞ୍ଚ ଜଙ୍ଗଲରେ 

କ୍ଷୁଦ୍ର ଶଶକଟେ ହୋଇ 

ବଞ୍ଚିବା ପାଇଁ ସଂଗ୍ରାମ କରିବାକୁ 

ପସନ୍ଦ କରନ୍ତୁ ।


ସୁନା ପଞ୍ଜୁରୀରେ ବନ୍ଦୀ ହୋଇ 

ମିଛ ପ୍ରସନ୍ନତା ଦେଖେଇବା ଅପେକ୍ଷା 

କାଠିକୁଟାରେ ନିର୍ମିତ

 ବସାରେ ବସି 

ଭାଗ୍ୟର ଦୁର୍ଦ୍ଦଶା କୁ ଜିଇଁବାକୁ 

ପସନ୍ଦ କରନ୍ତୁ ।


କାଲଙ୍କ ଗ୍ରହଣେ ଚିତ୍କାର 

କରିବା ଅପେକ୍ଷା 

ମନ ବୁଝିପାରୁଥିବା 

ବନ୍ଧୁଙ୍କ ଗ୍ରହଣେ 

ନିରବି ହୋଇ ଯିବାକୁ

 ପସନ୍ଦ କରନ୍ତୁ ।


ଅଭ୍ରକଂଷ ପ୍ରାସାଦରେ 

ଅସ୍ଥିର ସନ୍ତୋଷ ପାଇବା ଅପେକ୍ଷା

 ଚାଳ ଛପରରେ 

ଭାଗ୍ୟର ପ୍ରତିଟି ପ୍ରଶ୍ନର

ଉତ୍ତର ଖୋଜିବାକୁ 

ପସନ୍ଦ କରନ୍ତୁ ।


Rate this content
Log in