STORYMIRROR

Papu parida

Drama Classics Others

3  

Papu parida

Drama Classics Others

ବାହାଘର

ବାହାଘର

1 min
129

ଦୁଇ ମନ ଦୁଇ ଆତ୍ମାର ମିଳନ

ଅଟଇ ଯେ ବାହାଘର

ସାକ୍ଷୀ ଇନ୍ଦ୍ରଚନ୍ଦ୍ର ସାକ୍ଷୀ ଅଗ୍ନିଦେବ

ଏଇ ନୂଆଁ ବନ୍ଧନର।


ଦୁଇ ପରିବାର ସଂସ୍କାର ଚଳଣୀ

ହୁଅଇ ଯେ ଏକୀଭୂତ

ନୂଆଁ ବନ୍ଦନର ନୂଆଁ ସମ୍ପର୍କର

ଶୁଭଇ ନୂଆଁ ସଙ୍ଗୀତ।


ନିଜ ଘରୁ ପାଦ କାଢ଼ିନେଇ ଜଣେ

ଆସଇ ପର ଘରକୁ

ସୁଖରେ ଦୁଃଖରେ ସାଥି ହେବ ବୋଲି

ଭରଷି ନିଜ ବରକୁ।


ଅଙ୍କାବଙ୍କା ରହି ଜୀବନ ବାଟରେ 

ଚାଲିଥାନ୍ତି ସାଥି ହୋଇ

ଦୁଇ ଶରୀରରେ ଗୋଟେ ପ୍ରାଣ ବସେ

ନିରବିଛିନ୍ନତା ପାଇଁ।


ପରସ୍ପର ସ୍ନେହ ସମ୍ମାନ ଶରଧା

 ଜୀବନରେ ଭରିଯାଏ

ମିଠା ରାଗ ରୁଷା ମିଠା ଝଗଡାରେ

ସମ୍ପର୍କ ସୁଦୃଢ଼ ହୁଏ।


ବିଶ୍ୱାସ ସୂତ୍ରରେ ଝୁଲୁଥାଏ ପରା

ଏହି ପବିତ୍ର ସମ୍ପର୍କ

ଅବିଶ୍ୱାସ ଛୁରୀ ଯଦି ଆସି ଛୁଏଁ

ଜୀବନ ହୁଅଇ ନର୍କ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama