STORYMIRROR

Debabrata Mishra

Drama Romance Others

3  

Debabrata Mishra

Drama Romance Others

ସୁହାସିନୀ ସୁନୟନା

ସୁହାସିନୀ ସୁନୟନା

1 min
216


ତା'ର ଗୋଟିଏ ସରଳ ହସରେ

ସତେଜ ହୁଏ ଏ ମନ ବଗିଚାର ଯେତେ ମଉଳାଫୁଲ

ଈଶ୍ବରୀ ମଣେ ତାକୁ, ସେ ବନ୍ଦନୀୟା

ସଂଗ୍ରହ କରି ରଖିଛି ତା' ଅମୂଲ୍ଯ ଶ୍ରେଷ୍ଠ ହସକୁ 

ଏ ହୃଦୟ ସଂଗ୍ରହାଳୟ ରେ ଯାହା ଅମୂଲ ମୂଲ।


ତା'ର ଟିକିଏ ମଧୁର କଥାରେ

ବିଷାଦର ଯେତେ ବିଷ ମୁହୁର୍ତ୍ତ ସବୁ ହୁଏ ଅମୃତମୟ

ତା' କୋମଳ ମୁଖଚନ୍ଦ୍ରମାର ଉଜ୍ଜ୍ବଳତାରେ ହଟେ

ମୋ' ଭିତର ଆକାଶର ଅମା ଅନ୍ଧକାର

ଦୁଃଖ ପାହାଡ଼େ ଛିଡ଼ା ହୋଇ ବି ଥକେନାହିଁ ଏ ପୟ ।


ତା'ର ଛୋଟ ଛୋଟ ସୁଖରେ

ଗଢିପାରେ ମୁଁ ମୋ' ପାଇଁ ସୁଖର କୋଣାର୍କ

ଲୁହ ତା'ର ଅସ୍ତବ୍ୟସ୍ତ କରେ ମୋତେ

ପ୍ରେରଣାର ପ୍ରୀତିମୟ ପବିତ୍ର ଝରଣାଟିଏ ସେ

ଶୁଭମନାସୁ ଥାଏ ମୁଁ, ଜିତୁଥାଉ ସେ ଜୀବନର ସବୁ ତର୍କ ।


ତା'ର କଥାକୁହା ଦୁଇ ନୟନରେ

ମୁଁ ଶୁଣିପାରେ କେତେକେତେ ଈଶ୍ବରୀୟ ଶବ୍ଦ

ତା' ନୀତି, ଗତି, ପ୍ରଗତି ପ୍ରଶଂସନୀୟ

ଶକ୍ତିଶାଳୀ ସେ, ସୀମାରେ ନିଜକୁ ସଜାଇରଖେ

ନୀରବତା ତା'ର କେବେକେବେ ମୋତେ କରେ ନିଶବ୍ଦ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama