STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ଈଶ୍ଵର ସର୍ବତ୍ର ବିଦ୍ୟମାନ

ଈଶ୍ଵର ସର୍ବତ୍ର ବିଦ୍ୟମାନ

1 min
135


ଅନନ୍ତ ଶକ୍ତିର ଆଧାର

ଅଚ୍ୟୁତ ଅବ୍ୟୟ ଅକ୍ଷୟ ଯିଏ

ସତ୍ୟ ସନାତନ ଚିରନ୍ତନ

ଯାହାଙ୍କର ସବିଶେଷ ଗୁଣମାନ

ନିରାକାର ପୁଣି ଆକାର

ଇଚ୍ଛା ମତେ କରିଥାନ୍ତି ଧାରଣ

ସେ ଅଖଣ୍ଡ ବ୍ରହ୍ମାଣ୍ଡକାର 

ନିତ୍ୟ ଅନିତ୍ୟ ଆଦି ଅନାଦି

ଚିର ଜାଜ୍ଜ୍ୱଲ୍ୟମାନ ଚେତନ

ସେ ଇଶ୍ଵର ସର୍ବତ୍ର ବିଦ୍ୟମାନ

ସେ ସର୍ବଜ୍ଞ ସର୍ବ ଶକ୍ତିମାନ

ତାଙ୍କର ଅସ୍ତିତ୍ବ କତ୍ତୃତ୍ଵ

ସବୁଠି ହୂଏ ପ୍ରତୀୟମାନ

ସେ ସୂକ୍ଷ୍ମ ଅଣୁ ପରମାଣୁରୁ

ସ୍ଥୂଳ ବ୍ରହ୍ମାଣ୍ଡ ଯାଏଁ ବିସ୍ତୃତ

ସେ ସବୁ କାରଣର କାରଣ

ସେ ପ୍ରାଣର ପ୍ରତିଷ୍ଠାତା ଆର୍ତ୍ତତ୍ରାଣ

ତାଙ୍କର ଶରଣରେ ହିଁ ଜୀବନ

ସେ ଦୃଶ୍ୟରେ ସେ ଅଦୃଶ୍ୟରେ

କୀଟ ପତଙ୍ଗରୁ ପ୍ରାଣୀଙ୍କ ମଧ୍ୟରେ

ସେ ଜୀବନୀ ଶକ୍ତି ପ୍ରାଣ ଶକ୍ତି

ସେ ଆତ୍ମା ପୁଣି ପରମାତ୍ମା

ସେ ସାରା ପ୍ରକୃତିରେ ସୁନ୍ଦର

ବୃକ୍ଷଲତାରୁ ସଚରାଚର

ସେ ଜଳେ ଅନଳେ ଅନୀଳେ 

ଭୂମିରୁ ଭୂମା ତାଙ୍କର ମହିମା

ସେ ଅସୀମ ନାହିଁ ତାଙ୍କର ସୀମା 

ବିଶ୍ବ ବ୍ରହ୍ମାଣ୍ଡ କରୁଥାନ୍ତି ପରିକ୍ରମା

ଈଶ୍ଵର ସର୍ବଶ୍ରେଷ୍ଠ ସର୍ବ ମହାନ

ସେ ଅଗାଧ ଅସରନ୍ତି ଜ୍ଞାନ

ନୀଳ ଆକାଶ ନୀଳ ସାଗର

ତାଙ୍କର ଜ୍ୟୋତିରେ ଦୃଶ୍ୟମାନ

ଈଶ୍ଵର ବ୍ୟତିରେକ ସବୁ ନଶ୍ବର

କ୍ଷଣସ୍ଥାୟୀ ନିମିତ୍ତ ମାତ୍ର

ସେ ଇଚ୍ଛାମୟ କରୁଣାକର

ତାଙ୍କରି ସୃଷ୍ଟି ସ୍ଥିତି ସଂହାର

ସାରା ସଂସାରର ସେ ବର୍ତ୍ତମାନ

ଈଶ୍ଵର ସର୍ବତ୍ର ବିଦ୍ୟମାନ...।

      



Rate this content
Log in

Similar oriya poem from Abstract