STORYMIRROR

Papu parida

Drama Inspirational Others

3  

Papu parida

Drama Inspirational Others

ସ୍ୱପ୍ନ ଏକ

ସ୍ୱପ୍ନ ଏକ

1 min
207

ସ୍ୱପ୍ନ ଏକ 

ଉଛୁଳା ନଈର 

ଅବିଶ୍ରାନ୍ତ ଆନ୍ଦୋଳନ।


ସ୍ୱପ୍ନ ଏକ

 ମୁକ୍ତ ବିହଙ୍ଗର

ଅନ୍ତହୀନ ଗଗନ।


ସ୍ୱପ୍ନ ଏକ 

ନିଦଗ୍ରାସି ଆଖିର

ଅନିଦ୍ରାର କାରଣ।


ସ୍ୱପ୍ନ ଏକ 

ନିରାଶା ଜୀବନରେ

ସୁଉଚ୍ଚ ଆଶାର ତୋରଣ।


ସ୍ୱପ୍ନ ଏକ

ଅନ୍ଧାର ରାତିରେ 

ତାରାଙ୍କର ଜୋଛନା।


ସ୍ୱପ୍ନ ଏକ

ପ୍ରାଣହୀନ ଜୀବନରେ

ପ୍ରାଣାଦାୟୀ ମୂର୍ଚ୍ଛନା।


ସ୍ୱପ୍ନ ଏକ 

ଆବିଶ୍ୱାସି ସମାଜରେ

ବଞ୍ଚିଥିବା ବିଶ୍ୱାସ।


ସ୍ୱପ୍ନ ଏକ

ମୃତପ୍ରାୟ ଶରୀରରେ

ବଞ୍ଚିଥିବା ନିଶ୍ୱାସ।


ସ୍ୱପ୍ନ ଏକ

ଅସମିତ ଜାଗରଣ

ଯିଏ ଲଙ୍ଘିପାରେ କୈଳାଶ।


ସ୍ୱପ୍ନ ଏକ 

ଆତଙ୍କିତ ଆହ୍ୱାନ

ଯିଏ ଭେଦିପାରେ ସବୁ ରହସ୍ୟ।



Rate this content
Log in

Similar oriya poem from Drama