STORYMIRROR

Papu parida

Drama Inspirational Children

3  

Papu parida

Drama Inspirational Children

ଚମତ୍କାରୀ ଶକ୍ତି

ଚମତ୍କାରୀ ଶକ୍ତି

1 min
199

ମାଆ ପାଶେ ଥାଏ ଚମତ୍କାରୀ ଶକ୍ତି

ମମତା ଯାହାର ନାମ

ପ୍ରସବ ଯନ୍ତ୍ରଣା

   ଅନ୍ତର ଅମୃତ

     କେତେ ଘାତ ପୁଣି

         କେତେ ପ୍ରତିଘାତ।


ସନ୍ତାନ ର ସୁଖେ

   ଅତିଶୟ ସୁଖୀ

      ସନ୍ତାନ ର ଦୁଃଖେ

         ଭିଜେ ମନ ଆଖି।


ବିଧାତା ସ୍ୱରୂପ ମର୍ତ୍ତ୍ୟ ମଣ୍ଡଳ ରେ 

ଦେବି ପ୍ରତିମା ର ସମ

ମାଆ ପାଶେ ଥାଏ ଚମତ୍କାରୀ ଶକ୍ତି

ମମତା ଯାହାର ନାମ।


ବାପାଙ୍କ ହାତ ରେ ଚମତ୍କାରୀ ଶକ୍ତି

ଶାସନ ତାହାରି ନାମ

କି ବର୍ଷା କି ଖରା

   କି ଦିନ କି ରାତି

      ଆମ ଭବିଷ୍ୟତ 

          ଆମରି ପ୍ରଗତି।


ସଜାଡ଼ିବା ଲାଗି

   ଆମରି ଜୀବନ

      ପ୍ରତି ଗାଳି ପଛେ

         ଲୁଚାଅନ୍ତି ପ୍ରେମ।


ଶିଖାନ୍ତି ସଂସ୍କାର ଦିଅନ୍ତି ଧୀରଜ

ମନେ ଭାରନ୍ତି ସଂଯମ

ବାପାଙ୍କ ହାତରେ ଚମତ୍କାରୀ ଶକ୍ତି

ଶାସନ ତାହାରି ନାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama