STORYMIRROR

bindhyabasini jena

Drama

3  

bindhyabasini jena

Drama

ମୁଖା

ମୁଖା

1 min
202

ମୁଖା ଉପରେ ମୁଖା 

ଆହୁରି କେତେ ଯେ ମୁଖା।

ମୁଖା ଭିତରେ ଲୁଚି ରହି 

ବଢେଇ ଚାଲୁଛି ତା ଶାଖା।


ଆଖି ମୁଜି ସବୁ ଦେଖୁଛି 

ଦୁନିଆର ନାଟକ ଆଉ ଯାତ୍ରା।

ସତରେ ପାଲା ଲାଗିଛି ଏଠି 

ବଢ଼ି ଚାଲିଛି ମୁଖାଧାରିଙ୍କ ମାତ୍ରା।


ମିଛ ଏଠି ସଂସାର କରୁଛି 

ସତ ଲୁଚି ଲୁଚି ଯାଉଛି।

ଯେତେ ଗପିଲେ କି ବା ହେବ 

ସମୟ ବି ତା ବାଟ ଦେଇ ଚାଲୁଛି।


ସବୁ ତ ଏ ମାୟା ର ଖେଳ 

ଆଗରୁ ବି ଥିଲା ଏବେ ବି ରହିଛି।

ମାୟା ର ଛନ୍ଦ କପଟ ବୁଝି ମଧ୍ୟ 

ପୁଣି ମାୟା ଜାଲରେ ଫସୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama